ଖୁସି ଖବର: ‘କୋଭିସିଲ୍‌ଡ’ ପରେ ରାଜ୍ୟରେ ପହଞ୍ଚିଲା ’କୋଭାକ୍ସିନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ଖୁସି ଖବର: ‘କୋଭିସିଲ୍‌ଡ’ ପରେ ରାଜ୍ୟରେ ପହଞ୍ଚିଲା ’କୋଭାକ୍ସିନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କୋପରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ ଗତ ୨ ଦିନ ହେଲା ମିଳୁଛି ଆଶ୍ୱସ୍ତିକର ଖବର।  ଗତକାଲି ଓଡ଼ିଶାରେ  କରୋନା ଟିକା ‘କୋଭିସିଲ୍‌ଡ’  ପହଞ୍ଚିଥିବା ବେଳେ ଆଜି ସକାଳେ ପହଞ୍ଚିଛି କୋଭାକ୍ସିନ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୂତ କୋଭାକ୍ସିନର ୨୦ ହଜାର ଡୋଜ  ରାଜ୍ୟରେ  ଆଜି ସକାଳେ ପହଞ୍ଚି ସାରିଛି।

ଏହାକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ପଠାଯାଇଛି। ସେଠାରୁ ବିଭିନ୍ନ ଜିଲ୍ଲାକୁ ପଠାଯିବ। ଏଥିନିମନ୍ତେ ବିଭିନ୍ନ ଜିଲ୍ଲାର ଗାଡ଼ି ଆସି ପହଞ୍ଚିଯାଇଛି। ଖୁବ୍‌ ଶୀଘ୍ର ଟିକା ବିତରଣ ହେବା ପରେ ବିଭିନ୍ନ ଜିଲ୍ଲାକୁ କଡ଼ା ସୁରକ୍ଷା ବଳୟରେ ଏହାକୁ ପଠାଯିବ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା କରୋନା ଟିକା ‘କୋଭିସିଲ୍‌ଡ’। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସିଲା ଟିକା।   ସୁରକ୍ଷା ବ୍ୟବସ୍ଥା ଭିତରେ ଟିକା ଗୁଡ଼ିକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ନିଆଯାଇଥିବା ବେଳେ ସେଠାରୁ ବିଭିନ୍ନ ଜିଲ୍ଲାକୁ କଡ଼ା ସୁରକ୍ଷା ମଧ୍ୟରେ ଟିକା ପଠାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦, ୮୦୦ ବୋଟଲରେ ୪ ଲକ୍ଷ ୮ ହଜାର ଡୋଜ ଆସିଥିବା ଜଣାଯାଇଛି। ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ।

ଭାରତ ସରକାର ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ କରିବେ। ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହେବ, ସେଥିପାଇଁ ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏରନ୍‌ ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)  ସିରମ୍ ଇନଷ୍ଟିଚ୍ୟୁଟର ଭ୍ୟାକସିନ୍ କୋଭିସିଲ୍ଡ ଓ ଭାରତ ବାୟୋଟେକର ଭ୍ୟାକସିନ୍ କୋଭାକ୍ସିନକୁ ଆପାତ୍ତକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଛି। ଏବେ ଏହି ଦୁଇଟି ଯାକ ଭ୍ୟାକସିନ୍ ଭାରତୀୟ ଲୋକଙ୍କୁ ଦିଆଯାଇପାରିବ।

DCGI ନିର୍ଦ୍ଦେଶକ ଭିଜି ସୋମାନୀ କହିଛନ୍ତି, ଉଭୟ ଭ୍ୟାକସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହାର ଆପାତ୍ତକାଳୀନ ବ୍ୟବହାର କରାଯାଇପାରିବ। ଏହି ଦୁଇଟି ଯାକ ଭ୍ୟାକସିନକୁ ଦୁଇଟି ଲେଖାଏ ଡୋଜ୍ ଇଞ୍ଜେକ୍ସନ୍ ଆକାରରେ ଦିଆଯାଇପାରି। ଏହି ଦୁଇଟି ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରଖାଯିବ।

The post ଖୁସି ଖବର: ‘କୋଭିସିଲ୍‌ଡ’ ପରେ ରାଜ୍ୟରେ ପହଞ୍ଚିଲା ’କୋଭାକ୍ସିନ’ appeared first on Odisha Reporter.



from Odisha Reporter https://ift.tt/2XBGCO8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages