ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପର ନିକଟରେ ଘଟିଛି ଏହି ଦୁର୍ଘଟଣା। ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇଟ ଟ୍ୟାଙ୍କରଟି ଓଲଟି ପଡିଥିବା ଜଣାପଡିଛି। ରାଜପଥର ଦୁଇ ପାର୍ଶ୍ୱକୁ ସିଲ୍ କରାଯାଇଛି। ଫଳରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି।
ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଗ୍ୟାସ୍ ଟ୍ୟାଙ୍କରଟି ଆସୁଥିଲା। ଘନ କୁହୁଡି ଯୋଗୁଁ ହଠାତ୍ ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟିକିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
The post ରାସ୍ତା ଉପରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର appeared first on Odisha Reporter.
from Odisha Reporter https://ift.tt/3i611Ex
No comments:
Post a Comment