ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଫାଇଜର ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ଆଖି ବୁଜିଲେ ପର୍ତ୍ତୁଗାଲର ଜଣେ ସ୍ୱାସ୍ଥ୍ୟ କର୍ମ। ସୋନିଆ ଆସେଭେଡୋ ନାମ୍ନୀ ୪୧ ବର୍ଷୀୟା ସ୍ୱାସ୍ଥ୍ୟ କର୍ମୀ ଗତ ୩୦ ତାରିଖରେ ଭ୍ୟାକସିନ ନେଇଥିବା ବେଳେ ନୂଆ ବର୍ଷରେ ହଠାତ୍ ତାଙ୍କ ମୃତ୍ୟୁ ହୋଇଛି। ୨ ସନ୍ତାନର ମା’ ସୋନିଆ ପର୍ତ୍ତୁଗିଜ ଇନଷ୍ଟିଚ୍ୟୁଟ ଅଫ୍ ଅଙ୍କୋଲୋଜିରେ କାର୍ଯ୍ୟରତ ଥିଲେ। ସୋନିଆ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନ ଥିବାରୁ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି।
ଗତ ୩୦ ତାରିଖରେ ସୋନିଆ କରୋନା ଭ୍ୟାକସିନ ନେଇଥିଲେ। ଏହାପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ହେଲେ କେବଳ ଟିକା ନେଇଥିବା ଜାଗାରେ କିଛିଟା ଅସ୍ୱସ୍ତିକର ଲାଗୁଥିବା ନେଇ ସୋନିଆ କହିଥିବା ତାଙ୍କ ଝିଅ କହିଛନ୍ତି। ଏହାପରେ ନୂଆବର୍ଷରେ ସେ ନିଜର ଜଣେ ବନ୍ଧୁଙ୍କ ଘରକୁ ଯାଇଥିବା ବେଳେ ସେଠାରେ ହଠାତ୍ ତାଙ୍କ ମୃତ୍ୟୁ ହୋଇଥିଲା।
ଝିଅର ମୃତ୍ୟୁ ଖବରରେ ଭାଙ୍ଗି ପଡ଼ିଥିବା ସୋନିଆଙ୍କ ବାପା ପର୍ତ୍ତୁଗାଲ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ତାଙ୍କ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ତାଙ୍କର କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା ବୋଲି ସେ କହିଛନ୍ତି। ଏପରିକି କୋଭିଡ-୧୯ ଭ୍ୟାକସିନ ନେବା ପରେ ମଧ୍ୟ ତାଙ୍କ ନିକଟରେ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇ ନ ଥିଲା। ହେଲେ ହଠାତ୍ କିପରି ମୋ ଝିଅର ମୃତ୍ୟୁ ହେଲା, ମୁଁ ଜବାବ ଚାହୁଁଛି ବୋଲି କହିଛନ୍ତି ତାଙ୍କ ବାପା ।
ଡିସେମ୍ବର ୩୦ ତାରିଖରେ ଟିକା ନେବାର କିଛି ସମୟ ପର୍ଯ୍ୟନ୍ତ ସୋନିଆ ସେଠାରେ ଉପସ୍ଥିତି ଥିଲେ। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିଲା ବୋଲି କହିଛନ୍ତି ତାଙ୍କ ସହକର୍ମୀ। ସୋନିଆ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପର୍ତ୍ତୁଗିସ୍ କ୍ୟାନସର ଇନଷ୍ଟିଚ୍ୟୁଟରେ କାମ କରୁଥିଲେ।
ସୂଚନାଯୋଗ୍ୟ, ଫାଇଜର୍ ଓ ବାୟୋଏନଟେକର କରୋନା ଭାଇରସ୍ ଟିକାର ଏମରଜେନ୍ସି ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଅନୁମତି ମିଳିସାରିଛି। ହେଲେ ଦିନକୁ ଦିନ ଏହାକୁ ନେଇ ନୂଆ ନୂଆ ବିବାଦ ମୁଣ୍ଡ ଟେକୁଛି।
ଫାଇଜର୍-ବାୟୋଏନଟେକ୍ ଭ୍ୟାକସିନକୁ ଆମେରିକା, ବ୍ରିଟେନ୍, ୟୁରୋପିଆନ୍ ସଂଘ ଓ ଏକ ଡଜନରୁ ଅଧିକ ଦେଶ ବହୁ ଆଗରୁ ମଞ୍ଜୁରୀ ଦେଇସାରିଛନ୍ତି। ଫାଇଜରର କରୋନା ଭ୍ୟାକସିନ୍କୁ ପ୍ରଥମେ ବ୍ରିଟେନରେ ଏମରଜେନ୍ସି ବ୍ୟବହାର କରିବା ପାଇଁ ମଞ୍ଜୁରୀ ମିଳିଥିଲା। ଏହା ପରେ ଆମେରିକା ମଧ୍ୟ ଏହି ଭ୍ୟାକସିନକୁ ଅନୁମତି ଦେଇଥିଲା। ତେବେ ଆମେରିକାରେ ଫାଇଜର୍ ଭ୍ୟାକସିନ୍ ନେବାର କିଛି ଦିନ ପରେ ଜଣେ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହେବ ଘଟଣା ସାମ୍ନାକୁ ଆସିଥିଲା। ତେବେ ଡିସେମ୍ବର ୧୮ ତାରିଖରେ କରୋନା ଭ୍ୟାକସିନ୍ ନେଇଥିବା ବେଳେ ୬ ଦିନ ପରେ ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିବା ଜଣେ ୪୫ ବର୍ଷୀୟ ପୁରୁଷ ନର୍ସ ମଧ୍ୟ ଅଭିଯୋଗ ଆଣିଥିଲେ।
୧୦ ମିଲିଅନ ଜନସଂଖ୍ୟା ବିଶିଷ୍ଟ ପର୍ତ୍ତୁଗାଲରେ ୪,୨୭ ହଜାର କରୋନା କେସ୍ ଦେଖାଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୧୧୮ ଜଣ ପ୍ରାଣ ହରାଇ ସାରିଲେଣି।
The post ଫାଇଜର ଟିକା ନେଇଥିଲେ ସ୍ୱାସ୍ଥ୍ୟ କର୍ମୀ, ନୂଆ ବର୍ଷରେ ଆଖି ବୁଜିଲେ appeared first on Odisha Reporter.
from Odisha Reporter https://ift.tt/3pQhIWW
No comments:
Post a Comment