ମୁମ୍ବାଇ: ସମସ୍ତ ବଲିଉଡ ଅଭିନେତା ତଥା ଅଭିନେତ୍ରୀ ନିଜକୁ ଫିଟ୍ ରଖିବା ପାଇଁ ସର୍ବଦା ତତ୍ପର ଥା’ନ୍ତି। ଏଥିପାଇଁ ଘଣ୍ଟା ଘଣ୍ଟା ସେମାନେ ଜିମ୍ରେ ଝାଳ ବୁହାନ୍ତି। ଅନେକ ଷ୍ଟାର ଯୋଗ କରି ନିଜକୁ ଫିଟ ରଖନ୍ତି। ତେବେ ଗର୍ଭାବସ୍ଥା ସମୟରେ ମଧ୍ୟ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯିଏକି ଏଥିରୁ ବ୍ରେକ୍ ନିଅନ୍ତିନାହିଁ। ନିଜ ଫିଗରକୁ ମେଣ୍ଟନ କରିବା ପାଇଁ ବିଭିନ୍ନ ବ୍ୟାୟମ ଏବଂ ଯୋଗ କରନ୍ତି। ନିକଟରେ ପ୍ରେଗନାଣ୍ଟ ଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ କିଛି ଏଭଳି କରୁଥିବା ଦେଖିବାକୁ ମିଳିଛି।
ପ୍ରେଗନାନ୍ସି ସମୟରେ ଅନୁଷ୍କା ନିଜକୁ ଫିଟ୍ ରଖିବା ପାଇଁ ପୁରା ଆକ୍ଟିଭ ଅଛନ୍ତି। ସେ ଏଭଳି ଅବସ୍ଥାରେ ମଧ୍ୟ ଏବେ ଜିମରେ କସରତ କରୁଛନ୍ତି। ଜିମ୍ରେ ବ୍ୟାୟାମ କରି ଝାଳ ବୁହାଉଛନ୍ତି ଅନୁଷ୍କା। ନିକଟରେ ଜିମ୍ରେ ୱର୍କଆଉଟ କରୁଥିବାର ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅନୁଷ୍କା ଧଳା ରଙ୍ଗର ଟି-ସର୍ଟ ଏବଂ ଟ୍ରାକ ପ୍ୟାଣ୍ଟ ପିନ୍ଧି ଟ୍ରେଡ ମିଲ୍ରେ ଦୌଡୁଥିବା ଦେଖିବାକୁ ମିଳିଛି । ଭିଡିଓଟି ଏବେ ସୋଶାଲ ମିଡିଆରା ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
View this post on Instagram
ଏହାପୂର୍ବରୁ ଅନୁଷ୍କାଙ୍କ ଶୀର୍ଷାସନ କରୁଥିବାର ଏକ ଫଟୋ ସାମ୍ନାକୁ ଆସିଥିଲା। ଏହି ଆସନ କରିବା ପାଇଁ ବିରାଟ ଅନୁଷ୍କାକୁ ସହାୟତ କରୁଥିଲେ। ଏହି ଫଟୋଟି ସେତେବେଳେ ମଧ୍ୟ ଭାଇରାଲ ହୋଇଥିଲା।
ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏଥିପାଇଁ ସେ ଏବେ ଡାକ୍ଟରଙ୍କ ପାଖକୁ ରୁଟିନ ଚେକ୍ଅପ୍ ପାଇଁ ଯାଉଛନ୍ତି । ଅନ୍ୟପଟେ ସେ ଡାକ୍ତରଙ୍କ ସହ ପରାମର୍ଶ ନେଇ ତାଙ୍କର ଜିମ ଏବଂ ଯୋଗ ମଧ୍ୟ ଜାରି ରଖିଛନ୍ତି। ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପ୍ରଶଂସକଙ୍କ ମଧ୍ୟ ସେମାନଙ୍କ ପ୍ରଥମ ଛୁଆକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।
The post ଗର୍ଭାବସ୍ଥାରେ ଝାଳ ବୁହାଉଛନ୍ତି ଅନୁଷ୍କା, ଭିଡ଼ିଓ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/35aXoHW
No comments:
Post a Comment