କଟକ(ଓଡ଼ିଶା ରିପୋର୍ଟର): ଦନ୍ତା ଉପଦ୍ରବ ଯୋଗୁ ଅତିଷ୍ଠ ଲୋକ। କେତେବେଳେ ମଣିଷକୁ ଟେକି କଚାଡ଼ି ଦେଉଛି ତ କେତେବେଳେ ଗାଇ, ଛେଳିଙ୍କୁ ଆକ୍ରମଣ କରିବାକୁ ପଛାଉ ନାହିଁ। ଶେଷରେ ମଇଁଷି ପଲରେ ପଶି ଆକ୍ରମଣ କରିବା ଯୋଗୁ ୬ ମଇଁଷି ଗୁରୁତର ହୋଇଛନ୍ତି। ଗତକାଲି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏପରି ଘଟଣା ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ।
ସୂଚନାଯୋଗ୍ୟ, ଗତକାଲି ଆଠଗଡ ଗଉଡଝରି ତଳଗଡ ଗାଁରେ ପାଖ ଜଙ୍ଗଲରୁ ଗୋଟିକିଆ ଦନ୍ତା ଗାଁ ଭିତରକୁ ପଶି ଆସିଥିଲା। ଏହାପରେ ଘରପାଖରେ ବନ୍ଧା ହୋଇଥିବା ହେମଲତା ବେହେରାଙ୍କ ମଇଁଷି ପଲକୁ ଆକ୍ରମଣ କରିବାରୁ ୬ଟି ମଇଁଷି ଗୁରୁତର ହୋଇଛନ୍ତି।
ଖବର ପାଇ ଘଟଣାସ୍ଥଳକୁ ଆସିଥିବା ୭ ବନ କର୍ମଚାରୀଙ୍କୁ ଘରେ ତାଲା ପକାଇ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକ । ଏହାପରେ ଆଠଗଡ଼ ରେଞ୍ଜର ପହଞ୍ଚି ମଇଁଷିଙ୍କ ଚିକିତ୍ସା ସହ ମଇଁଷି ମାଲିକଙ୍କୁ କ୍ଷତି ପୂରଣ ଦେବାପାଇଁ ପ୍ରତିଶୁତି ଦେଇଥିଲେ। ଏହାପରେ ମୁକୁଳିଥିଲେ ବନ କର୍ମଚାରୀ । ମଇଁଷି ପଲ ମାଲିକ ହେମଲତା ବେହେରା ଅତ୍ୟନ୍ତ ଗରିବ ଶ୍ରେଣିର ଓ ଚଳିବା ପାଇଁ ମଇଁଷି ଏକମାତ୍ର ବିକଳ୍ପ ହୋଇଥିବାରୁ ତାଙ୍କୁ ତୁରନ୍ତ କ୍ଷତି ପୂରଣ ଦେବାପାଇଁ ଦାବିହୋଇଛି।
The post ମଇଁଷି ପଲକୁ ଆକ୍ରମଣ କଲା ଦନ୍ତା, ୭ ବନ କର୍ମଚାରୀ ଅଟକ appeared first on Odisha Reporter.
from Odisha Reporter https://ift.tt/2YlDWEG
No comments:
Post a Comment