ବଢ଼ିଲା ଭୟ, ରାତିସାରା ଶୋଇ ପାରିଲେନି ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 27, 2021

ବଢ଼ିଲା ଭୟ, ରାତିସାରା ଶୋଇ ପାରିଲେନି ଚାଷୀ

ନୂଆଦିଲ୍ଲୀ: ବଢ଼ିଲା ଚାଷୀଙ୍କ ଭୟ। ଅନ୍ନଦାତାଙ୍କୁ ଘାରିଲା ପୁଲିସ ଆକ୍ସନର ଭୟ। ସୀମରେ ରାତିସାରା ରହିଲେ ଉଜାଗର। ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଦିଲ୍ଲୀରେ ହିଂସା ପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଭୟଭିତ ହୋଇଯାଇଛନ୍ତି ଚାଷୀ। ବୁଧବର ରାତିରେ ଆନ୍ଦୋଳନକାରୀ ଚାଷୀମାନେ ପୁଲିସକୁ ଡରି କୌଣସି ଶୋଇନାହାନ୍ତି।

ଚାଷୀ ନେତା ରାକେଶ ଟିକୈତ କହିଛନ୍ତି, ପ୍ରଶାସନ ଆନ୍ଦୋଳନ ପରିବେଶକୁ ବିଗାଡି ଦେଇଛି। ପୁଲିସ ରାତିରେ ଆନ୍ଦୋଳନ ସ୍ଥଳର ବୁଦ୍ୟୁତ କାଟି ଦେଇଛି। ଗାଜିପୁରରେ ଆନ୍ଦୋଳନରତ କୃଷକମାନେ ବିଦ୍ୟୁତକାଟ ହେବା ପରେ କେଉଁଆଡେ ଗାଏବ ହୋଇଯାଇଛନ୍ତି। ଏପରିକି ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପୁଲିସ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ଶତାଧିକ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ସେ ଆହୁରି କହିଛନ୍ତି, ଅଗକୁ ଆନ୍ଦୋଳନ ଜାରି ରହିବ। ଲାଲକିଲ୍ଲାରେ ଯାହା ହୋଇଛି ଓ ଏହା ପଛରେ ଯିଏ ଦାୟୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଟ୍ରାକ୍ଟର ରାଲିରେ ଯେଉଁମାନେ ହିଂସା କାଣ୍ଡ ଘଟାଇଛନ୍ତି, ଆମେ ତାଙ୍କୁ ସମର୍ଥନ କରୁନୁ। ପୁଲିସର ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଯେତେବେଳେ ବି ପଚରାଉଚରା ପାଇଁ ଡକାଯିବ ସେତେବେଳେ ସେ ଯିବେ ବୋଲି କହିଛନ୍ତି।

କୃଷକଙ୍କୁ ଉସକାଇବା ଭିଡିଓକୁ ନେଇ ଚାଷୀ ନେତା କହିଛନ୍ତି ଯେ, ଏଥିରେ ସେ କିଛି ଭୁଲ କହିନାହାଁନ୍ତି । ପତାକା ଲଗାଇ କିଛି ଭୁଲ କରିନାହାନ୍ତି । ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାର ଚକ୍ରାନ୍ତ ଚଳାଇଛନ୍ତି । ନେତା ଭୀମ ସିଂଙ୍କ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତିକୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ।

The post ବଢ଼ିଲା ଭୟ, ରାତିସାରା ଶୋଇ ପାରିଲେନି ଚାଷୀ appeared first on Odisha Reporter.



from Odisha Reporter https://ift.tt/2MATbqQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages