ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା: ୨ ମୃତ, ୩ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା: ୨ ମୃତ, ୩ ଗୁରୁତର

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଗୋଷ୍ଠୀ ସଂଘର୍ଷରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜରାସିଙ୍ଗା ଗାଁରେ ଘଟିଛି ଏହି ଘଟଣା।

ଗତକାଲି ଅପରାହ୍ଣରେ ଏହି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇ ଥିଲା। ଦୁଇ ପକ୍ଷ ମଧ୍ୟରେ ହଣାକଟା ହୋଇଥିଲା। ଦୁଇ ଗୋଷ୍ଠୀରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।

ଗାଁରୁ ପ୍ରଥମେ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଥିଲା ପୁଲିସ୍। ତା’ସହିତ ୪ ଗୁରୁତରଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଇଥିଲା। ତେବେ ବାଟରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଯାଇଥିଲା। ଆଜି ସ୍ଥିତି ସ୍ୱାଭାବିକ ହୋଇ ନଥିଲେ ମଧ୍ୟ ଉତ୍ତେଜନା ପ୍ରଶମିତ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପୁଲିସ୍ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ଜରାସିଂହା ବାହାରପଡ଼ାର ଧନମତ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଦୋକାନରେ କେହି ନିଆଁ ଲଗାଇ ଦେଇଥିଲା। ପାଖ ଗାଁର ଲୋକେ ନିଆଁ ଲଗାଇଥିବା ସନ୍ଦେହ କରି ଧନମତ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ। ଏହାପରେ ପାଖ ଗାଁର ଉତ୍ତ୍ୟକ୍ତ ଲୋକେ ଧନମତଙ୍କ ଘରେ ପାଲଟା ଆକ୍ରମଣ କରିଥିଲେ। ଏଥିରେ ଧନମତଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଧନମତଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାଁ ଶ୍ରୀପତି ଭେସରା। ତେବେ ଧନମତଙ୍କ ପରିବାରର ଅନ୍ୟ ସଦସ୍ୟମାନେ ସୁରକ୍ଷିତ ଅଛନ୍ତି। ତାଙ୍କର ତିନି ଜଣ ପୁଅ ଅଛନ୍ତି ଓ ସେମାନେ ବାହାରେ ରହନ୍ତି।

The post ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା: ୨ ମୃତ, ୩ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3qNlCk8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages