ବ୍ରିଜ୍‌ ତଳକୁ ଖସୁ ଖସୁ ରହିଗଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ବ୍ରିଜ୍‌ ତଳକୁ ଖସୁ ଖସୁ ରହିଗଲା ବସ୍‌

ମୋହନା (ମିହିର ଯତି): ଟଳିଗଲା ଏକ ବଡ଼ ଦୁର୍ଘଟଣା। ବ୍ରିଜ୍‌ ତଳକୁ ଖସୁ ଖସୁ ରହିଗଲା ବସ୍‌। ବଞ୍ଚିଗଲା ପ୍ରାୟ ୫୦ ଯାତ୍ରୀଙ୍କ ଜୀବନ। ଆଜି ସକାଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲରେ।

‘ମହାବୀର’ ନାମକ ଏକ ଘରୋଇ ବସ୍ ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଖେମୁଣ୍ଡିଖେଲ ନିକଟରେ ଭାରସାମ୍ୟ ହରାଇ ଏକ ବ୍ରିଜ୍‌ର ଗାର୍ଡ ୱାଲ୍‌ରେ ପିଟି ହୋଇଯାଇଥିଲା। ଗାର୍ଡ ୱାଲ୍ ଭାଙ୍ଗି ଯାଇଥିଲା ଓ ବସ୍‌ର ବାମ ପାର୍ଶ୍ୱର କିଛି ଅଂଶ ବ୍ରିଜ୍‌ ତଳକୁ ଝୁଲି ରହିଥିଲା। ବସ୍‌ର ବାମ ପାର୍ଶ୍ୱର ସମ୍ମୁଖ ଚକ ସଂପୂର୍ଣ୍ଣ ଭାବେ ବ୍ରିଜ୍ ତଳକୁ ଝୁଲି ରହିଥିଲା।

ଏହି ଦୁର୍ଘଟଣାରେ ବସ୍‌ର ହେଲ୍‌ପର ଆହତ ହୋଇଛନ୍ତି। ତେବେ ବସ୍‌ରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ। ବସ୍‌ଟି ବ୍ରିଜ୍‌ରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ବସ୍‌ରେ ବସିଥିବା ଜଣେ ଯାତ୍ରୀ କହିଛନ୍ତି, ସାମ୍ନାରୁ ଏକ ଟ୍ରକ୍ ଆସୁଥିଲା। ବ୍ରିଜ୍ ନିକଟରେ ଟ୍ରକ୍ ଅଟକିଲାନି କି ବସ୍ ଅଟକିଲାନି। ତେଣୁ ହଠାତ୍ ଏଭଳି ଏକ ଦୁର୍ଘଟଣା ଘଟିଲା।

The post ବ୍ରିଜ୍‌ ତଳକୁ ଖସୁ ଖସୁ ରହିଗଲା ବସ୍‌ appeared first on Odisha Reporter.



from Odisha Reporter https://ift.tt/3iDLV9w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages