ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବାକୁ କ୍ଷମତା ରଖିଥିବା ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ବଡ଼ ସନ୍ଦେଶ ଦେଇଛନ୍ତି ଭାରତ ସରକାର। ଯଦି କୌଣସି କମ୍ପାନୀ ସେମାନଙ୍କ ଟିକାର ଜରୁରୀ କାଳୀନ ବ୍ୟବହାର ଭାରତରେ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ପ୍ରଥମେ ଏଠାରେ ହିଁ ମାନବ ପରୀକ୍ଷଣ କରିବାକୁ ପଡ଼ିବ।
ବିନା ମାନବ ପରୀକ୍ଷଣରେ କୌଣସି କମ୍ପାନୀକୁ ଭାରତରେ ଟିକାର ଜରୁରୀ କାଳୀନ ବ୍ୟବହାରପାଇଁ ଅନୁମୋଦନ ମିଳିବ ନାହିଁ ବୋଲି ଆଜି ନୀତି ଆୟୋଗ ସଦସ୍ୟ ଡା ଭିକେ ପଲ୍ କହିଛନ୍ତି।
ସେ ରୟଟର୍ସକୁ ସାକ୍ଷାତକାର ଦେଇ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଯେ କୌଣସି ଟିକାକୁ ଅନୁମୋଦନ ଦେବା ପାଇଁ ଗୋଟିଏ ମାତ୍ର ନିୟମ ହେଉଛି କ୍ଲିନିକାଲ ଟ୍ରାଏଲ। ଭାରତରେ ଟ୍ରାଏଲ ହୋଇଥିବା ଟିକାକୁ କୌଣସି ପ୍ରକାରରେ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମିତି ମିଳିବ ନାହିଁ।
ଆମେରିକା ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର କ୍ଷେତ୍ରରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ କରାଯିବ। ଫାଇଜର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି। ଆମେରିକା ଓ ବ୍ରିଟେନରେ ଏହି ଟିକା ଲୋକଙ୍କୁ ଦିଆଯାଉଛି। ହେଲେ ଭାରତରେ ଏହାକୁ ଅନୁମୋଦନ ଦେବା ପୂର୍ବରୁ ପ୍ରଥମେ ଟ୍ରାଏଲ କେଉଁଠି ହୋଇଛି, ତା’କୁ ଦେଖିବାକୁ ପଡ଼ିବ। ଭାରତରେ ଅନୁମୋଦନ ପାଇବାକୁ ହେଲେ ଫାଇଜରକୁ ଏଠାରେ ହିଁ ଟିକାର ଟ୍ରାଏଲ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ସେହିପରି ଏକାଧିକ ଟିକାର ଟ୍ରାଏଲ ମଧ୍ୟ ଭାରତରେ କରାଯାଉଛି। ସେମାନଙ୍କ ଟ୍ରାଏଲ ରିପୋର୍ଟ ଆଧାରରେ ଏହାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ।
The post ଭାରତରେ ଟ୍ରାଏଲ କରି ନଥିବା ଟିକାକୁ ମିଳିବନି ଅନୁମୋଦନ appeared first on Odisha Reporter.
from Odisha Reporter https://ift.tt/3bJscnv
No comments:
Post a Comment