ନୂଆଦିଲ୍ଲୀ: ନୂଆ ମୋଟରଯାନ ଆଇନ ଅନୁଯାୟୀ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ। ତେବେ ପରୀକ୍ଷା ଦେବା ପରେ ହିଁ ଗାଡି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବ ବୋଲି ନିୟମ ରହିଛି। ଏହି ଡ୍ରାଇଭିଂ ଟେଷ୍ଟରେ ଅନେକ ଲୋକ ପାସ୍ ହୁଅନ୍ତି ତ ଆଉ କିଏ ଫେଲ୍। ଥରେ ଡ୍ରାଇଭିଂ ଟେଷ୍ଟରେ ଫେଲ ହେଲେ ୭ ଦିନ ପରେ ସ୍ଲଟ ବୁକିଂ ହୁଏ । ତେବେ ଆଉ ଥରେ ଫେଲ୍ ହେଲେ ଆଉ ୭ ଦିନ, ତା’ପରେ ମାସେ ଏବଂ ବାରମ୍ବାର ଫେଲ୍ ହେଲେ ଲାଇସେନ୍ସ ବାତିଲ ହୋଇଯାଏ। କିନ୍ତୁ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ଡ୍ରାଇଭିଂ ଟେଷ୍ଟରେ ୧୫୭ ଥର ଫେଲ ହୋଇ ଶେଷରେ ସଫଳତା ହାସଲ କରିଛନ୍ତି।
ଇଂଲଣ୍ଡର ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ୧୫୭ ଥର ଡ୍ରାଇଭିଂ ଟେଷ୍ଟ ଦେଇଛନ୍ତି। ବାରମ୍ବାର ଫେଲ ହେବା ପରେ ଶେଷରେ ୧୫୮ଥରରେ ସେ ପାସ୍ ହୋଇଛନ୍ତି । କେବଳ ସେତିକି ନୁହେଁ ଏହି ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ୩ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି ଏହି ବ୍ୟକ୍ତି ଜଣକ। ସୂଚନା ମୁତାବକ ଇଂଲଣ୍ଡର ଜଣେ ଡ୍ରାଇଭର ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ପରୀକ୍ଷା ଦେଇଥିଲେ। କିନ୍ତୁ ଏହି ପରୀକ୍ଷାରେ ସେ ବାରମ୍ବାର ଫେଲ ହେଉଥିଲେ। ପୁଣି ଥରେ ସ୍ଲଟ ବୁକିଂ ପାଇଁ ଫର୍ମ ଭରିବାକୁ ପଡୁଥିଲା । ଏଭଳି ଭାବେ ତାଙ୍କ ପକେଟ୍ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିବା ଜଣାପଡିଛି। ଶେଷରେ ତାଙ୍କୁ ପାସ୍ ସାର୍ଟିଫିକେଟ ମିଳିଛି। ବାରମ୍ବାର ଚେଷ୍ଟା ପରେ ସେ ଡ୍ରାଇଭିଂ ଟେଷ୍ଟରେ ପାସ୍ ହୋଇ ନିଜ ଡ୍ରାଇଭିଂ ଲାଇସେନ୍ସ ହାସଲ କରିଛନ୍ତି।
ତେବେ ଇଂଲଣ୍ଡରେ ଏଭଳି ଘଟଣା ପ୍ରଥମ ନୁହେଁ। ତାଙ୍କ ପୂର୍ବରୁ ଜଣେ ମହିଳା ମଧ୍ୟ ୧୧୭ଥର ଡ୍ରାଇଭିଂ ଟେଷ୍ଟର ଥିଓରୀ ପରୀକ୍ଷା ଦେଇଛନ୍ତି। କିନ୍ତୁ ଏଯାଏଁ ତାକୁ ସଫଳତା ମିଳିନି। ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ଜଣେ ୪୮ ବର୍ଷୀୟ ମହିଳା। ଯିଏକି ୯୪ଥର ଡ୍ରାଇଭିଂ ଟେଷ୍ଟ ଦେବା ପରେ ସେ ପାସ୍ ହୋଇଛନ୍ତି।
The post ୧୫୭ ଥର ଫେଲ୍ ପରେ ଡ୍ରାଇଭିଂ ଟେଷ୍ଟରେ ପାସ୍ appeared first on Odisha Reporter.
from Odisha Reporter https://ift.tt/3nIDAC4
No comments:
Post a Comment