ଉତୁରିଗଲା ରୋମିଓଗିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ଉତୁରିଗଲା ରୋମିଓଗିରି

ଉଦଳା(ମାନସ ପାଣି): ବିଚ୍ ରାସ୍ତାରେ ନିସ୍ତୁକମାଡ। ଯିଏ ଯେମିତି ପାରିଲା ସେମିତି ଛେଚିଲା। ଛାଡିଗଲା ପ୍ରେମ ନିଶା, ଉତୁରିଗଲା ରୋମିଓଗିରି। ଜଣେ ଯୁବକଙ୍କୁ ମହିଳାଙ୍କ ଫଟୋ ଉଠାଇ ରୋମିଓଗିରି ଦେଖାଇବା ମହାଙ୍ଗା ପଡିଛି। ବିଜାର ମଝିରେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନିର୍ଧୁମ ଛେଚିଛନ୍ତି । ଏଭଳି ଘଟଣା ଘଟଛି ଉଦଳା ମାର୍କେଟ ମଝିରେ। ଏହି ପୁରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ମୁତାବକ ଜଣେ ମହିଳା ଗତକାଲି ଉଦଳା ମେନ୍ ମାର୍କେଟରେ ଥିବା ଏକ ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲେ। ସେଠାରେ ଉକ୍ତ ଦୋକାନୀ ନିଜ ମୋବାଇଲାରେ ମହିଳାଙ୍କ ଅଜାଣତରେ ତାଙ୍କ ପଟୋ ଉଠାଇଥିଲେ। ଏହି ସମୟରେ ସ୍ଥାନୀୟ କିଛି ଲୋକେ ଏହାକୁ ଦେଖି ବରୋଧ କରିଥିଲେ। ପରେ ମହିଳା ଜଣକ ମଧ୍ୟ ଏହି ଘଟଣା ବିଷୟରେ ଜାଣି ପାରିଥିଲେ । ଏହାପରେ ଉକ୍ତ ଦୋକାନୀଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିବା ସହ ପୁଲିସ ଜିମା ଦେଇଥିଲେ ।

ଉକ୍ତ ଯୁବକ ଜଣକ ଫଟୋ ଉଠାଉଥିବା ଧରାପଡିବା ପରେ ତାଙ୍କ ନିକଟରୁ ସ୍ଥାନୀୟ ଲୋକେ ମୋବାଇଲ‌୍‍ ନେଇ ଫଟୋକୁ ଡିଲିଟ କରିବା ପାଇଁ ବାରମ୍ୱାର ଯୁବକ ଜଣକୁ ମୋବାଇଲର ପାସୱାର୍ଡ ମାଗୁଥିଲେ ମଧ୍ୟ ଯୁବକ ଜଣକ ମୋବାଇଲ‌୍‍ ପାସୱାର୍ଡ କହୁ ନ ଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

The post ଉତୁରିଗଲା ରୋମିଓଗିରି appeared first on Odisha Reporter.



from Odisha Reporter https://ift.tt/399SihJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages