କଙ୍ଗନାଙ୍କ ପ୍ରଶ୍ନ- ଅଲ୍ହାଙ୍କ ମଜାକ ଉଡାଇବାକୁ ସାହସ ଅଛି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 18, 2021

କଙ୍ଗନାଙ୍କ ପ୍ରଶ୍ନ- ଅଲ୍ହାଙ୍କ ମଜାକ ଉଡାଇବାକୁ ସାହସ ଅଛି?

ମୁମ୍ବାଇ: ୱେବସିରିଜ ‘ତାଣ୍ଡବ’କୁ ନେଇ ଥମୁନି ବିବାଦ। ଚାରିଆଡୁ ଏହି ୱେବସିରିଜକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ବଲିଉଡର ପଙ୍ଗା କୁଇନ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଏହି ୱେବସିରିଜକୁ ବିରୋଧ କରିଛନ୍ତି। ସେ ୱେବସିରିଜ ନିର୍ମାତା ଅଲ୍ଲି ଅବାସ ଜାଫରଙ୍କୁ ପ୍ରଶ୍ନ କରିଛନ୍ତି। କହିଛନ୍ତି, ଅହ୍ଲାଙ୍କ ମଜାକ ଉଡାଇବାକୁ ସାହସ ଅଛି କି?

ସୂଚନା ଯୋଗ୍ୟ ଯେ, ନିକଟରେ ଏହି ୱେବସିରିଜର ପ୍ରଥମ ଏପିସୋଡ ଆମାଜନ ପ୍ରାଇମ ଭିଡିଓରେ ଟେଲିକାଷ୍ଟ ହୋଇଥିଲା। ଏଥିରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ଏହାପରେ ଫିଲ୍ମକୁ ବ୍ୟାନ୍‌ କରିବା ପାଇଁ ଚାରିଆଡୁ ଦାବି ହୋଇଛି। ଏହାରି ଭିତରେ ବିଜେପି ନେତା କପିଲ ମିଶ୍ରା ଟୁଇଟ କରି ଫିଲ୍ମ ନିର୍ମାତା ଅଲ୍ଲି ଅବ୍ବାସ ଜାଫରଙ୍କୁ କ୍ଷମା ମାଗିବାକୁ କହିଥିଲେ । ଏହିଭଳି ସେ କଣ ନିଜ ଧର୍ମ ସହ କରିଥାନ୍ତେ ? ଅଲି ଅବ୍ବାସ ଜଫର-କେବେ ନିଜ ଧର୍ମ ଉପରେ ଫିଲ୍ମ କରି କ୍ଷମା ମାଗନ୍ତୁ। ସବୁ ଅଭିବ୍ୟକ୍ତର ସ୍ୱାଧୀନତା ଆମ ଧର୍ମ ସହ କାହିଁକି ? କେବେ ନିଜର ଏକମାତ୍ର ଇଷ୍ଟଙ୍କ ମଜାକ ଉଡାଇ ଥଟ୍ଟା କରି ଲଜ୍ଜିତ ହୁଅନ୍ତୁ। ଆପଣଙ୍କ ଅପରାଧର ହିସାବ ଭାରତୀୟ ଆଇନ କରିବ। ବିଷାକ୍ତ କଣ୍ଟେଣ୍ଟ ଫେରାଇ ନିଅନ୍ତୁ, ତାଣ୍ଡବକୁ ହଟାଇବାକୁ ହିଁ ପଡିବ ବୋଲି ସେ କହିଥିଲେ।

ଏବେ ବିଜେପି ନେତାଙ୍କ ଏହି ଟୁଇଟରେ କଙ୍ଗନା ରି-ଟୁଇଟ କରି କହିଛନ୍ତି କ୍ଷମା ମାଗିବାକୁ ଆଉ ବଞ୍ଚିବେ କେଉଁଠି? ଏମାନେ ତ ସିଧା ବେକ କାଟି ଦିଅନ୍ତି। ଜିହାଦିମାନେ ଫତୱା ଜାରି କରିଦିଅନ୍ତି। ଲିବ୍ରୁ ମିଡିଆ ଭର୍ଚୁଆଲ୍ ଲିଞ୍ଚିଂ କରିଦିଅନ୍ତି, ତୁମକୁ କେବଳ ଜୀବନରେ ମାରିଦିଆଯିବନି, ବରଂ ସେହି ମୃତ୍ୟୁକୁ ବି ଜଷ୍ଟିଫାଇ କରାଯିବ। ଅଲ୍ହାଙ୍କ ମଜାକ ଉଡାଇବା ପାଇଁ ଅଲ୍ଲି ଅବାସ ଜାଫରଙ୍କ ସାହସ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।


ସେପଟେ ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍ ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ୱେବ୍ ସିରିଜର ନିର୍ଦ୍ଦେଶକ ଅଲୀ ଆବାସ ଜାଫର ଭୁଲ୍ ପାଇଁ କ୍ଷମା ମାଗିଛନ୍ତି। ହେଲେ ବିଜେପିର କିଛି ନେତାଙ୍କର ରାଗ ଏବେବି ଥମିନାହିଁ। ବିଜେପି ମହାରାଷ୍ଟ୍ର ସରକାରକୁ ଚେତାବନୀ ଦେଇଛି ଯେ ଆଗାମୀ ତିନି ଦିନରେ ସେମାନେ ୱେବ୍ ସିରିଜକୁ ପ୍ରସ୍ତୁତ କରିଥିବା କମ୍ପାନୀ ଆମାଜନ୍ ବିରୋଧରେ ଏଫଆଇଆର୍ ଦାଖଲ କରାନ୍ତୁ। ଯଦି ଏହା ନହୁଏ, ତାହେଲେ ’ତାଣ୍ଡବ’ ବିରୋଧରେ ଲଗାତର ପ୍ରଦର୍ଶନ ଜାରି ରହିବ।

ସୂଚନାଯୋଗ୍ୟ, ନିର୍ଦ୍ଦେଶକ ଅଲୀ ଆବାସ ଜାଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ’ତାଣ୍ଡବ’ ୱେବସିରିଜରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନ ଓ ଜାତିଆଣ ଭାବନାକୁ ଉସୁକାଇବାର ଅଭିଯୋଗ ଲଗାଯାଇଛି। ଏହି ୱେବ୍ ସିରିଜକୁ ତତ୍କାଳ ବ୍ୟାନ୍ କରିବାକୁ ଦାବି ଉଠିଛି। ଉତ୍ତର ପ୍ରଦେଶର ଧର୍ମନଗରୀ ଅଯୋଧ୍ୟା, ମଥୁରା ଓ କାଶୀ ସମେତ ପ୍ରୟାଗରାଜରେ ସାଧୁସନ୍ଥ ଏବଂ ଅନ୍ୟ କିଛି ସଂଗଠନ ମଧ୍ୟ ଏହି ଫିଲ୍ମର ଖୋଲାଖୋଲି ବିରୋଧ କରୁଛନ୍ତି।

The post କଙ୍ଗନାଙ୍କ ପ୍ରଶ୍ନ- ଅଲ୍ହାଙ୍କ ମଜାକ ଉଡାଇବାକୁ ସାହସ ଅଛି? appeared first on Odisha Reporter.



from Odisha Reporter https://ift.tt/3ioTQau

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages