ଗାବାରେ କଙ୍ଗାରୁ ଧରାଶାୟୀ, ୨-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ଗାବାରେ କଙ୍ଗାରୁ ଧରାଶାୟୀ, ୨-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ବ୍ରିସବେନ୍: ଇତିହାସ ବଦଳିଗଲା, ଫାଇଲ୍ ଭିତରେ ରହିଗଲା ଟ୍ରାକ୍ ରେକର୍ଡ। ସିଡନୀର ଜବରଦସ୍ତ ଡ୍ର’ ପରେ ସବୁ ଆକଳନ ଓ ଅଙ୍କକଷାକୁ ଭୁଲ ପ୍ରମାଣିତ କରି ରାହାଣେ ବାହିନୀ ବ୍ରିସବେନରେ ଚମତ୍କାର ବିଜୟ ହାସଲ କରିଛି। କଙ୍ଗାରୁଙ୍କୁ ତାଙ୍କ ନିଜ ମାଟିରେ ଧୂଳି ଚଟାଇ ୨-୧ରେ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ। ପ୍ରଥମ ଶୁବମନ ଗିଲ, ପରେ ଚେତେଶ୍ୱର ପୂଜାର ଓ ଶେଷରେ ବିଧ୍ୱଂସୀ ଋଷଭ ପନ୍ତଙ୍କ ଜବରଦସ୍ତ ବିସ୍ଫୋରଣ ବଳରେ ଟିମ୍ ଇଣ୍ଡିଆ ୩୨୮ରନ୍‌ର ଟାର୍ଗେଟକୁ ଅନାୟାସରେ ହାସଲ କରିଛି। ପନ୍ତଙ୍କ ୧୩୮ ବଲରେ ୯ ଚୌକା ଓ ୧ ଛକା ସହ ଅପରାଜିତ ୮୯ ରନ୍‌ର ମାରାଥନ୍ ଇନିଂସ୍ ବ୍ୟତୀତ ଗିଲ୍ ୧୪୬ ବଲରେ ୯୧ ଓ ପୂଜାରାଙ୍କ ୫୬ ରନର ଉପଯୋଗୀ ଇନିଂସ୍ ବଳରେ ଭାରତ ମ୍ୟାଚକୁ ୩ ୱିକେଟରେ ଜିତି ନେଇଛି।

୩୨୮ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ବିନା ୱିକେଟ୍ ହରାଇ ୪ ରନ୍ କରିଥିଲା। ପଞ୍ଚମ ଦିବସରେ ଭାରତର ଆରମ୍ଭ ଖରାପ ରହିଥିଲା। ରୋହିତ୍ ଶର୍ମା ମାତ୍ର ୭ ରନ୍ କରି କମିନ୍ସଙ୍କ ଶିକାର ହୋଇଥିଲେ। ରୋହିତଙ୍କ ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା। କିନ୍ତୁ ଯୁବ ଓପ୍ନର ଶୁବମନ୍ ଗିଲଙ୍କୁ ଭରପୂର ସାଥ୍ ଦେଇଥିଲେ ଟିମର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା। ଗୋଟିଏ ପଟେ ପୂଜାରା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ଗିଲ୍ ଦ୍ରୁତ ରନ୍ କରି ଭାରତ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ। ଦୁହେଁ ମଧ୍ୟାହ୍ନ ଭୋଜନ ବ୍ରେକ୍ ସୁଦ୍ଧା ଘରୋଇ ଦଳର ବୋଲରଙ୍କୁ ନୟାନ୍ତ କରିଥିଲେ। ଏହାରି ଭିତରେ ଗିଲ୍ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ଦ୍ୱିତୀୟ ସେସନରେ ଗିଲ୍ ରନ୍ ଗତିକୁ ବଢ଼ାଇଥିଲେ। ବିଶେଷକରି ଷ୍ଟାର୍କଙ୍କ ଗୋଟିଏ ଓଭରରେ ଗିଲ୍ ଛକା ଓ ଚୌକା ବର୍ଷା କରିଥିଲେ। ଗିଲ୍ ନିଜର ଶତକ ଆଡ଼କୁ ଅଗ୍ରସର ହେଉଥିଲେ, କିନ୍ତୁ ଭୁଲ୍ ଶଟ୍ କାରଣରୁ ନିଜ ୱିକେଟ୍ ଦେଇବସିଥିଲେ। ଭାରତର ସ୍କୋର ୧୩୨ ରନରେ ଥିବା ବେଳେ ନାଥନ ଲିୟନଙ୍କ ବଲରେ ଗିଲ୍ ସ୍ଲିପରେ ସ୍ମିଥଙ୍କ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ପୂଜାରାଙ୍କ ସହ ମିଶି ୧୧୪ ରନର ଭାଗିଦାରୀ କରିଥିଲେ।

ଏହା ପରେ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ କ୍ରିଜକୁ ଆସିଥିଲେ। ରାହାଣେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ରାହାଣେ ମାତ୍ର ୨୨ ବଲରେ ୨୪ (୧ ଚୌକା ଓ ୧ ଛକା) ରନ୍ କରି କମିନ୍ସଙ୍କ ବଲରେ ୱିକେଟ୍ କିପର ଟିମ୍ ପେନଙ୍କ ଦ୍ୱାରା ଧରା ପଡ଼ିଥିଲେ। ୩୫ ରନ୍ ଭିତରେ ୨ଟି ୱିକେଟ୍ ନେଇ ଅଷ୍ଟ୍ରେଲିଆ ମ୍ୟାଚକୁ କମବ୍ୟାକ୍ କରିଥଲା। କିନ୍ତୁ ପନ୍ତଙ୍କ କ୍ରିଜକୁ ଆସିବା ପରେ ପୁଣିଥରେ ଭାରତ ବିଜୟ ଟ୍ରାକକୁ ଫେରିଥିଲା।

ପନ୍ତ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ ଜାରି ଭାରତ ଉପରେ ଚାପ ହଟାଇବା ସହ ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୬୧ ରନ୍‌ର ନିର୍ଣ୍ଣାୟକ ପାର୍ଟନରଶିପ୍ କରିଥିଲେ। ଭାରତକୁ ବିଜୟ ପାଇଁ ଆଉ ୧୦୦ ରନ୍ ଦରକାର ଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ନୂଆ ବଲ୍ କାମ ଦେଇଛି। ଘରୋଇ ଦଳର ମୁଖ୍ୟ ପେସର ପ୍ୟାଟ୍ କମିନ୍ସଙ୍କ ଇନସୁଇଂ ବଲରେ ପୂଜାରା ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ।

ପୂଜାରା ଡିଆରଏସ୍ ନେଇଥିଲେ ହେଁ, ଏହା ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥିଲା। ପୂଜାରା ୨୧୧ ବଲ୍ ଖେଳି ୭ ଚୌକା ସହ ୫୬ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ (୯) କିଛି ଖାସ୍ କରିପାରିନଥିଲେ। କିନ୍ତୁ ୱାଶିଂଟନ୍ ସୁନ୍ଦର ଆଉ ଏକ ଜବରଦସ୍ତ ଇନିଂସ୍ ଖେଳି ଭାରତର ବିଜୟ ସୁନିଶ୍ଚିତ କରାଇଥିଲେ। ପନ୍ତ ଓ ସୁନ୍ଦର ଷଷ୍ଠ ୱିକେଟ୍ ପାଇଁ ୫୩ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ରିଭର୍ସ ସୁଇପ୍ ଖେଳିବା ପ୍ରୟାସରେ ସୁନ୍ଦର ଲିୟନଙ୍କ ବଲରେ ବୋଲ୍ଡ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ୨୯ ବଲରେ ୨ ଚୌକା ଓ ୧ ଛକା ସହ ୨୨ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୪ଟି, ଲିୟନ୍ ୨ଟି ଓ ହେଜଲଉଡ୍ ଗୋଟିଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ୩୬୯ ରନ୍ ଜବାବରେ ଭାରତ ସୁନ୍ଦର ଓ ଶାର୍ଦ୍ଦୁଳଙ୍କ ଶତକୀୟ ଭାଗିଦାରୀ ବଳରେ ପ୍ରଥମ ଇନିଂସରେ ୩୩୬ ରନ୍ କରି ଘରୋଇ ଦଳକୁ କଡ଼ା ଜବାବ ଦେଇଥିଲେ। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୯୪ ରନ୍ କରି ଭାରତ ଆଗରେ ୩୨୮ ରନର ଟାର୍ଗେଟ୍ ରଖିଥିଲା।

The post ଗାବାରେ କଙ୍ଗାରୁ ଧରାଶାୟୀ, ୨-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ appeared first on Odisha Reporter.



from Odisha Reporter https://ift.tt/2NlF5dj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages