‘ତାଣ୍ଡବ’ କଳାକାରଙ୍କ ଜିଭ କାଟିଲେ ଦିଆଯିବ କୋଟିଏ ଟଙ୍କା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 25, 2021

‘ତାଣ୍ଡବ’ କଳାକାରଙ୍କ ଜିଭ କାଟିଲେ ଦିଆଯିବ କୋଟିଏ ଟଙ୍କା’

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନଙ୍କ ଅଭିନୀତ ‘ତାଣ୍ଡବ’ ୱେବ୍ ସିରିଜକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ୟୁପି, ଝାଡ଼ଖଣ୍ଡ ତଥା ଆଉ କିଛି ରାଜ୍ୟରେ ଏହି ୱେବ୍ ସିରିଜ୍ ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏହି ୱେବ୍ ସିରିଜରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ଆଣିଛି ହିନ୍ଦୁ ସଂଗଠନ। ଏବେ କର୍ଣ୍ଣି ସେନା ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଛି।

ମହାରାଷ୍ଟ୍ର କର୍ଣ୍ଣି ସେନାର ମୁଖ୍ୟ ଅଜୟ ସିଂହ ସାଙ୍ଗରଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଭିଡିଓରେ ସେ ତାଣ୍ଡବକୁ ନେଇ ଖୋଲାଖୋଲି ବିରୋଧ କରୁଛନ୍ତି। ଏହାସହ ସେ ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ଭିଡିଓରେ ସେ କହୁଛନ୍ତି, ‘ତାଣ୍ଡବ’ ୱେବ୍ ସିରିଜରେ ଏହାର କଳାକାର ଓ ନିର୍ଦ୍ଦେଶକ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଛନ୍ତି। ଯେଉଁମାନେ ହିନ୍ଦୁ ଦେବତାଙ୍କୁ ଅପମାନ କରିଛନ୍ତି, ସେମାନଙ୍କ ଜିଭ କାଟିକି ଆଣିଲେ ଉପହାର ବାବଦରେ ମହାରାଷ୍ଟ୍ରର କର୍ଣ୍ଣି ସେନା ତରଫରୁ ୧ କୋଟି ଟଙ୍କା ଦିଆଯିବ।

ସେ ଆହୁରି କହିଛନ୍ତି, ଅନ୍ୟ ଧର୍ମକୁ ଅପମାନ କରିବା ଅଭିଯୋଗରେ କମଲେଶ ତିୱାରୀଙ୍କୁ ଘର ଭିତରେ ପଶି ଗଳା କାଟିଦିଆଗଲା। ‘ତାଣ୍ଡବ’ର ନିର୍ମାତା ଓ ନିର୍ଦ୍ଦେଶକ କ୍ଷମା ମାଗିଛନ୍ତି ସତ। କିନ୍ତୁ ଯେଉଁମାନେ କମଲେଶ ତିୱାରୀଙ୍କୁ କ୍ଷମା ଦେଲେ ନାହିଁ, ଆମେ କାହିଁକି ତାଙ୍କୁ କ୍ଷମା ଦେବୁ।

ସୂଚନାଯୋଗ୍ୟ, ‘ତାଣ୍ଡବ’ ବିବାଦରେ ୟୁପିରେ ଏକ ଏଫଆଇଆର୍ ଦାୟର କରାଯାଇଛି। ଏହି ଏଫଆଇଆରକୁ ଆଧାର କରି ଲକ୍ଷ୍ନୌ ପୁଲିସ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି। ଲକ୍ଷ୍ନୌ ପୁଲିସ୍ ଜାନୁଆରୀ ୨୩ ତାରିଖରେ ଏହି ମାମଲାରେ ସମ୍ପୃକ୍ତ ତିନିଜଣଙ୍କ ଠାରୁ ଲିଖିତ ବୟାନ ଆଣିଛି। ଏହି ତିନିଜଣ ହେଲେ ୱେବ୍ ସିରିଜର ନିର୍ଦ୍ଦେଶକ ଅଲୀ ଆବାସ ଜାଫର, ଲେଖବ ଗୌରବ ସୋଲାଙ୍କି ଓ ପ୍ରଯୋଜକ ହିମାଂଶୁ ମେହେର।

The post ‘ତାଣ୍ଡବ’ କଳାକାରଙ୍କ ଜିଭ କାଟିଲେ ଦିଆଯିବ କୋଟିଏ ଟଙ୍କା’ appeared first on Odisha Reporter.



from Odisha Reporter https://ift.tt/3679Xoo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages