ସ୍ମିଥ୍‌ଙ୍କ ଶତକ, ଅଷ୍ଟ୍ରେଲିଆ ଅଲ୍‌ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 7, 2021

ସ୍ମିଥ୍‌ଙ୍କ ଶତକ, ଅଷ୍ଟ୍ରେଲିଆ ଅଲ୍‌ଆଉଟ୍‌

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଚାଲିଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍‌ର ଆଜି ହେଉଛି ଦ୍ୱିତୀୟ ଦିନ। ଗତକାଲି ଠାରୁ ବ୍ୟାଟିଂ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଆଜି ଅଲ୍‌ଆଉଟ୍ ହୋଇଯାଇଛି। ଦଳ ପ୍ରଥମ ଇନିଂସ୍‌ରେ ୩୩୮ ରନ୍ କରିଛି। ଏହା ମଧ୍ୟରେ ରହିଛି ଷ୍ଟିଭ୍ ସ୍ମିଥ୍‌ଙ୍କ ୧୩୧ ରନ୍‌। ଘରୋଇ ଦଳ ଅଲ୍‌ଆଉଟ୍ ହେବା ପରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଛି। ଖବର ଲେଖାଯିବା ସୁଦ୍ଧା ଭାରତ ୬ ଓଭରରେ ୨୬ ରନ୍ ସଂଗ୍ରହ କରିଛି।

ଗତକାଲି ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୩.୩ ଓଭରରେ ଦଳ ତା’ର ଷ୍ଟାର ବ୍ୟାଟ୍ସମ୍ୟାନ୍ ଡାଭିଡ ୱାର୍ଣ୍ଣରଙ୍କୁ ହରାଇଥିଲେ ବି ସ୍ଥିତି ସମ୍ଭାଳି ନେଇଥିଲା ଓ ଦିନ ତମାମ ନିଜ ଦବଦବା ବଜାୟ ରଖିଥିଲା। ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨ଟି ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। କେବଳ ଡାଭିଡ ୱାର୍ଣ୍ଣର ଓ ୱିଲ୍ ପୁକୋଭସ୍କି ଆଉଟ୍ ହୋଇଥିଲେ। ୱାର୍ଣ୍ଣର ୫ ଓ ପୁକୋଭସ୍କି ୬୨ ରନ୍ କରିଥିଲେ।

ଗତକାଲି ଯଥାକ୍ରମେ ୬୭ ଓ ୩୧ ରନ୍ କରି ଅପରାଜିତ ରହିଥିବା ମାରନସ୍ ଲାବୁଶେନ୍ ଓ ଷ୍ଟିଭ୍ ସ୍ମିଥ୍ ଆଜି ପୁଣି ଇନିଂସ୍‌କୁ ଆଗେଇ ନେଇଥିଲେ। ତେବେ ଲାବୁଶେନ୍ ଶତକ ହାସଲ କରିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ସେ ୯୧ (୧୧ଟି ଚୌକା) ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ଆଜିଙ୍କ୍ୟ ରାହାଣେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ୩୧ ରନ୍ କରିଥିବା ସ୍ମିଥ୍ ତାଙ୍କ ଖାତାରେ ଆହୁରି ୧୦୦ ରନ୍ ଯୋଡ଼ିବାରେ ସମର୍ଥ ହୋଇଥିଲେ। ସେ ୨୨୬ଟି ବଲ୍‌ରୁ ୧୬ଟି ଚୌକା ସହାୟତାରେ ୧୩୧ ରନ୍ କରିଥିଲେ। କିନ୍ତୁ ଘରୋଇ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାକୁ ସମର୍ଥ ହୋଇ ନଥିଲେ। ସ୍ମିଥ୍‌ କ୍ରିଜ୍ ସମ୍ଭାଳିଥିବା ବେଳେ ଅନ୍ୟମାନେ ଜଣେ ପରେ ଜଣେ ଆଉଟ୍ ହୋଇଯାଇଥିଲେ।

ମାଥ୍ୟୁ ୱାଡେ ୧୩ ରନ୍ କରି ଆଉଟ୍ ହୋଇଥିବା ବେଳେ କ୍ୟାମେରୁନ୍ ଗ୍ରୀନ୍ ଖାତା ଖୋଲି ପାରି ନଥିଲେ। ଅଧିନାୟକ ଟିମ୍ ପେନ୍ ୧ ରନ୍ କରି ଯଶପ୍ରୀତ୍ ବୁମ୍ରାଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ପ୍ୟାଟ୍ କମିନ୍ସ ବି ଖାତା ଖୋଲି ପାରି ନଥିଲେ। ତାଙ୍କୁ ଜାଡ଼େଜା ବୋଲ୍ଡ କରିଥିଲେ। ମିଚେଲ୍ ଷ୍ଟାର୍କ ୨୪ ରନ୍ କରି ନବଦୀପ ସାଇନିଙ୍କ ବଲ୍‌ରେ ଶୁବମନ ଗିଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ନାଥନ ଲିୟନ ବି ଖାତା ଖୋଲିବା ଆଗରୁ ଆଉଟ୍ ହୋଇଯାଇଥିଲେ। ସେ ଜାଡ଼େଜାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଶେଷରେ ସ୍ମିଥ୍ ଜାଡ଼େଜାଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ ଓ ଘରୋଇ ଦଳର ପ୍ରଥମ ଇନିଂସ୍‌ର ସମାପ୍ତି ଘଟିଥିଲା।

ଭାରତ ପକ୍ଷରୁ ଜାଡ଼େଜା ସର୍ବାଧିକ ୪ଟି ୱିକେଟ୍ ହାତେଇଥିବା ବେଳେ ଏହି ମ୍ୟାଚ୍‌ରେ ଟେଷ୍ଟ୍ ଡେବ୍ୟୁ କରିଥିବା ନବଦୀପ ସାଇନି ୨ଟି ୱିକେଟ୍ ପାଇଛନ୍ତି। ଯଶପ୍ରୀତ୍ ବୁମ୍ରା ୨ଟି ୱିକେଟ୍ ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଛନ୍ତି।

The post ସ୍ମିଥ୍‌ଙ୍କ ଶତକ, ଅଷ୍ଟ୍ରେଲିଆ ଅଲ୍‌ଆଉଟ୍‌ appeared first on Odisha Reporter.



from Odisha Reporter https://ift.tt/35lkeN6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages