ଜଳେଶ୍ୱର(ଅଜିତ ଦାସ) : ବାଲେଶ୍ଵର ଜିଲ୍ଲା ଭୋଗରାଇର ତାଳସାରି ସାମୁଦ୍ରିକ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମି ନିକଟରେ ଚାଲିଥିଲା ବ୍ରାଉନସୁଗର କାରବାର। ଖବର ପାଇ ପୁଲିସ୍ ଚଢ଼ାଉ କରି ପ୍ରାୟ ୪୫ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖିଛି।
ଗତରାତିରେ ଉଦୟପୁର ବେଳାଭୂମି ନିକଟରେ ୨ ଯୁବକ ବ୍ରାଉନସୁଗର ବେପାର କରୁଥିବା ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଳେଶ୍ୱର ଅଞ୍ଚଳର ଜଣେ ଯୁବକଙ୍କୁ ପୁଲିସ୍ ଅଟକ ରଖିଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଥିଲେ। ପୁଲିସ୍ ଉକ୍ତ ଯୁବକଙ୍କ ନିକଟରୁ ପ୍ରାୟ ୪୫ ଗ୍ରାମର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୪.୫ ଲକ୍ଷ ଟଙ୍କା ହେବ ।
ଏହାପରେ ଅଟକ ଯୁବକଙ୍କ ସୂଚନା ଆଧାରରେ ପୁଲିସ୍ ଆଜି ସକାଳୁ ୫ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଛଅ ଜଣଙ୍କ ମଧ୍ୟରୁ ଦୁଇ ଯୁବକଙ୍କ ଘର ଜଳେଶ୍ୱର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଚାରିଜଣ ସ୍ଥାନୀୟ ଅଞ୍ଚଳରେ ବୋଲି ଜଣା ପଡ଼ିଛି ।
The post ବେଳାଭୂମିରେ ଚାଲିଥିଲା ଧଳା ଜହର କାରବାର appeared first on Odisha Reporter.
from Odisha Reporter https://ift.tt/38po2Px
No comments:
Post a Comment