୧୦ରୁ ଅନ୍‌ଲାଇନ୍‌ରେ ହେବ ମାଟ୍ରିକ ଫର୍ମ ପୂରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 5, 2021

୧୦ରୁ ଅନ୍‌ଲାଇନ୍‌ରେ ହେବ ମାଟ୍ରିକ ଫର୍ମ ପୂରଣ

କଟକ(ଓଡ଼ିଶା ରିପୋର୍ଟର):  କରୋନା କୋପ ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସ୍କୁଲ  ଆସନ୍ତା ୮ ତାରିଖରୁ ଖୋଲିବ।  କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ବୋଲି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଏବେ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି।  ଅନଲାଇନ୍‌ରେ ଫର୍ମ ପୂରଣ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ,  କରୋନା ମହାମାରୀ ଭିତରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ଫିଲ୍ଅପ୍‌ ହେବ ।ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନ୍‌ରେ ଫର୍ମ ଫିଲ୍ଅପ୍‌ କରିବେ । ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ ବୋଲି ମାଧ୍ୟ ମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ପରୀକ୍ଷା ଦେବାକୁ ଥିବା ରେଗୁଲାର, କ୍ୱାସି ରେଗୁଲାର, ଏକ୍ସ ରେଗୁଲାର, କରେସପଣ୍ଡେନ୍ସ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ମାନେ ୧୦ ତାରିଖରୁ ଫର୍ମ ଫିଲଅପ୍ କରିପାରିବେ । ସକାଳ ୧୦ଟାରୁ ଫର୍ମ ଫିଲଅପ୍ ଆରମ୍ଭ ହେବ । ଏହା ୨୮ ତାରିଖ ଯାଏ ଚାଲିବ । ତେବେ ଫର୍ମ ଫିଲପ୍ ପାଇଁ ଜାନୁଆରି ୨୭କୁ ଫିସ୍ ଦାଖଲର ଶେଷ ଦିନ ରଖାଯାଇଛି । ଅନ୍ୟପକ୍ଷରେ ଜାନୁଆରି ୨୮ରୁ ଫେବୃଆରି ୧ ତାରିଖ ରାତି ୧୧ଟା ୪୫ ଯାଏ ଜରିମାନା ସହ ଫର୍ମ ଫିଲପ କରାଯାଇପାରିବ । ତେବେ ଜରିମାନା ସହ ଫର୍ମ ଫିଲଅପ୍‌ ଶେଷ ଦିନ ଫେବୃଆରୀ ୨ ତାରିଖ ରହିଛି । www.bseodisha.ac.in ୱେବସାଇଟରେ ଫର୍ମ ପୂରଣ ପାଇଁ ଲିଙ୍କ ଓ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୮ ତାରିଖରୁ ରାଜ୍ୟରେ   କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ। ଏହି ଦିନ ମଧ୍ୟ କ୍ଲାସ୍ ଚାଲୁ ରହିବ। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ପାଠପଢ଼ା ହେବ। ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ପାଠପଢ଼ା ଚାଲୁ ରହିବ।

ହେଲେ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ଶିକ୍ଷକ, ପିଲା ସ୍କୁଲ ଆସିବା ମନା ରହିଛି। ତେବେ କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ। ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ। ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି। ଏବେ କୌଣସି ହଷ୍ଟେଲ ଖୋଲିପାରିବନି ବୋଲି ସରକାର କହିଛନ୍ତି। ସ୍କୁଲ ବସ୍ ବଦଳରେ ଅଭିଭାବକ ପିଲାଙ୍କୁ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ।

କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ ଆସିପାରିବେ। କ୍ଲାସ ରୁମ୍‌ ସାମାଜିକ ଦୂରତା ପାଇଁ ଗୋଟିଏ ସିଟ୍ ଛାଡ଼ି ବସିବେ ପିଲାଙ୍କ ପାଇଁ ପରୀକ୍ଷା ଭଳି କ୍ଲାସ୍‌ରେ  ନିର୍ଦ୍ଦିଷ୍ଟ ସିଟ୍ ବ୍ୟବସ୍ଥା ହେବ। ପ୍ରତି ସ୍କୁଲରେ ଆଇସୋଲେସନ ରୁମ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି କ୍ଲାସରେ ୨୦ରୁ ୨୫ ଜଣ ପିଲାଙ୍କୁ ବସିବାକୁ ଅନୁମତି ମିଳିବ। ସ୍କୁଲ ଟାଇମିଂ ପୂର୍ବଭଳି ରଖାଯିବାକୁ ସରକାର ଘୋଷଣା କରିଛନ୍ତି। ଗହଳି ଏଡ଼ାଇବାକୁ ରିସେସ୍ ଟାଇମ୍ ଭିନ୍ନ ଭିନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ୧୦ରୁ ଅନ୍‌ଲାଇନ୍‌ରେ ହେବ ମାଟ୍ରିକ ଫର୍ମ ପୂରଣ appeared first on Odisha Reporter.



from Odisha Reporter https://ift.tt/38g6zc0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages