ଭାରତର ଅର୍ଥନୀତି ୨୦୨୧-୨୨ରେ କ’ଣ ରହିବ? ବିଶ୍ୱ ବ୍ୟାଙ୍କ ଜାରି କଲା ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 5, 2021

ଭାରତର ଅର୍ଥନୀତି ୨୦୨୧-୨୨ରେ କ’ଣ ରହିବ? ବିଶ୍ୱ ବ୍ୟାଙ୍କ ଜାରି କଲା ରିପୋର୍ଟ

ଜେନେଭା: ବିଶ୍ୱ ବ୍ୟାଙ୍କ ଗ୍ଲୋବାଲ ଇକୋନୋମିକ୍ ପ୍ରୋସପେକ୍ଟସ୍ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ସମଗ୍ର ବିଶ୍ୱର ବିଭିନ୍ନ ଦେଶର ଅର୍ଥନୀତି ବାବଦରେ ଆକଳନ କରିଛି ବିଶ୍ୱ ବ୍ୟାଙ୍କ୍। ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଭାରତର ଅର୍ଥନୀତି ବାବଦରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ପରିବାର ସ୍ତରରେ ଖର୍ଚ୍ଚ କମିବା ଏବଂ ଘରୋଇ କ୍ଷେତ୍ରରେ ପୁଞ୍ଜି ନିବେଶ କମିଛି ତେଣୁ ଦେଶର ଅର୍ଥନୀତି ୯.୬ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରିଛି ବିଶ୍ୱ ବ୍ୟାଙ୍କ୍। ହେଲେ ଆସନ୍ତାବର୍ଷ ବେଳକୁ ଏହାର ସୁଧାର ଆସିଯିବ ବୋଲି ବିଶ୍ୱବ୍ୟାଙ୍କ କହିଛି।

ରିପୋର୍ଟରେ କୁହାଯାଇଛି ଯେ ଦେଶରେ କରୋନା ମହାମାରୀ ବେଳେ ଅର୍ଥନୀତି ପ୍ରଭାବିତ ହୋଇଥିଲା। ହେଲେ ଏବେ ଏହା ଦ୍ରୁତ ଗତିରେ ସୁଧୁରୁଛି। PMI (କ୍ରୟ ମ୍ୟାନେଜର୍ ଇଣ୍ଡେକ୍ସ) ଜିଏସଟି ଆଦାୟ, ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ହେଉଥିବା ଦେଖି ବିଶ୍ୱ ବ୍ୟାଙ୍କ ଏଭଳି ଆକଳନ କରିଛି। ବିଶ୍ୱବ୍ୟାଙ୍କ କହିଛି, ୨୦୨୧-୨୨ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ସୁଧୁରିବ। ଅଭିବୃଦ୍ଧି ହାର ମାଇନସରୁ ୫.୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି।

୨୦୨୦ରେ ବିଶ୍ୱର ଅର୍ଥନୀତି ୪.୩ ପ୍ରତିଶତ ହ୍ରାସ ପାଇବ ବୋଲି ଜଣାପଡ଼ିଥିବା ବେଳେ ୨୦୨୧ରେ ବିଶ୍ୱର ୪ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଛି। ସେହିପରି ଦକ୍ଷିଣ ଏସିଆର ଆଉ ଏକ ପ୍ରମୁଖ ଦେଶ ପାକିସ୍ତାନର ଅଭିବୃଦ୍ଧି ହାର ୨୦୨୦-୨୧ରେ ୦.୫ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି।

ଦକ୍ଷିଣ ଏସିଆର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ରହିବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଥିବା ବେଳେ ୨୦୨୨ରେ ଏହା ୩.୮ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଉଛି। ସେହିପରି ୨୦୨୦ରେ ବିଶ୍ୱ ଅର୍ଥନୀତି ୪.୩ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରିଛି ବିଶ୍ୱ ବ୍ୟାଙ୍କ୍।

The post ଭାରତର ଅର୍ଥନୀତି ୨୦୨୧-୨୨ରେ କ’ଣ ରହିବ? ବିଶ୍ୱ ବ୍ୟାଙ୍କ ଜାରି କଲା ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/394jeyb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages