ସୁନ୍ଦରଗଡ଼(ଭାଗିରଥୀ ସାହୁ ): ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଟାଙ୍ଗରଗାଁ କଠର ପଡା ନିକଟରେ ଦୀର୍ଘ ୧୫ ଘଣ୍ଟା ହେଲା ରାସ୍ତାରେ ପଡିରହିଛି ୨ ମୃତଦେହ। ଗତକାଲି ବୋଲେରୋ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ପଡ଼ି ରହିଛି ମୃତଦେହ। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ମୃତକଦ୍ୱୟଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ, ଉକ୍ତ ରାସ୍ତାରେ ଗୋରୁ ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ଏବଂ ଦୁର୍ଘଟଣା ଘଟାଇଥିବା ବୋଲେରୋ ଜବତ ସହ ଡ୍ରାଇଭରକୁ ଗିରଫ ଦାବିରେ ସ୍ଥାନୀୟ ଲୋକ ଅଡି ବସିଛନ୍ତି। ଗତକାଲିଠାରୁ ସବଡେ଼ଗା ବିଡ଼ିଓ, ତହସିଲଦାର ଏବଂ ପୁଲିସ୍ ପ୍ରଶାସନ ପହଞ୍ଚି ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି ।
ଗତକାଲି ଅପରାହ୍ନ ୪ଟା ପରେ ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଟାଙ୍ଗରଗାଁ କଠରପଡା ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଭ୍ୟାନ୍ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ମୃତ ଦୁଇ ଜଣ ତଳସରା ଥାନା ସାଗଯୋର ଅଞ୍ଚଳର ବୋଲି ଜଣା ପଡ଼ିଛି । ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୋଟେ ପ୍ଲାଟୁନ ଫୋର୍ସ ସହ ଏସ୍ଡିପିଓ ସେଠାରେ ପହଞ୍ଚି ଗାଁ ଲୋକଙ୍କୁ ବୁଝାଶଉଝା କରିଥିଲେ।
ଦୁର୍ଘଟଣା ଘଟାଇଥିବା ବୋଲେରୋ ଚାଳକ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଗୋରୁ ବୋଝେଇ ବୋଲେରୋକୁ ଅଟକ ରଖିଛନ୍ତି ଗାଁ ଲୋକେ। ଧକ୍କା ଦେଇଥିବା ବୋଲେରୋ କିଂଜ୍ଜିରକେଲା ଥାନା ସିକାଜୋର ଗୋରୁ ହାଟରୁ ଗୋରୁ ବୋଝେଇ କରି ଝାରଖଣ୍ଡ ସୀମାରେ ଛାଡି ଥାଏ । ଗତକାଲି ମଧ୍ୟ ଝାଡ଼ଖଣ୍ଡ ସୀମାରେ ଗୋରୁ ଛାଡି ଦ୍ରୁତ ଗତିରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଟାଙ୍ଗରଗାଁ ଲୋକେ ବହୁ ଦିନରୁ ଗୋରୁ ଚାଲାଣକୁ ବିରୋଧ କରୁଥିବା ସତ୍ତ୍ୱେ ତାହା ବନ୍ଦ ନହେବାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ଆଣିଛନ୍ତି ଲୋକେ। ଅଟକ ରଖିଥିବା ଦୁଇ ଗୋରୁ ବୋଝେଇ ପିକଅପ ଭ୍ୟାନରେ ଦୁଇଟି ଗୋରୁ ମଧ୍ୟ ମରିପଡିଥିବା ସୂଚନା ରହିଛି ।
The post ୧୫ ଘଣ୍ଟା ହେଲାଣି ପଡ଼ି ରହିଛି ୨ ମୃତଦେହ, ଜିଦ୍ରେ ଅଟଳ ଗ୍ରାମବାସୀ appeared first on Odisha Reporter.
from Odisha Reporter https://ift.tt/3smJBrV
No comments:
Post a Comment