ଆଜି ମହାଭିଯୋଗ ପ୍ରସ୍ତାବ, ରାଷ୍ଟ୍ରପତି ପଦରୁ ବିଦା ହେବେ ଟ୍ରମ୍ପ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ଆଜି ମହାଭିଯୋଗ ପ୍ରସ୍ତାବ, ରାଷ୍ଟ୍ରପତି ପଦରୁ ବିଦା ହେବେ ଟ୍ରମ୍ପ !

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦ରେ ଶେଷ ହେବ। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଏହି ତାରିଖରେ ପଦଭାର ସମ୍ଭାଳିବେ। ହେଲେ ଏହା ପୂର୍ବରୁ ଟ୍ରମ୍ପ ସମର୍ଥକ ସଂସଦ ପରିସର (କ୍ୟାପିଟାଲ ବିଲ୍ଡିଂ)ରେ କରିଥିବା ହିଂସାକୁ ନେଇ ତାଙ୍କ ବିରୋଧରେ ଜନଅସନ୍ତୋଷ ପ୍ରକାଶ ପାଇଛି। ଟ୍ରମ୍ପଙ୍କ କାର୍ଯ୍ୟକାଳ ଯଦିଓ କମ୍ ସମୟ ରହିଛି ହେଲେ ଏହା ପୂର୍ବରୁ ତାଙ୍କୁ ମହାଭିଯୋଗ ପ୍ରସ୍ତାବ ଜରିଆରେ ବହିଷ୍କାର କରିବାକୁ ବିରୋଧୀ ଦଳ ଡେମୋକ୍ରାଟିକ ଦାବି କରିଛି। ଖାଲି ବିରୋଧୀ ନୁହଁନ୍ତି ଟ୍ରମ୍ପଙ୍କ ଦଳ ରିପବ୍ଲିକିଆନ୍ ପାର୍ଟିର କିଛି ନେତା ମଧ୍ୟ ସମାନ ଦାବି କରିଛନ୍ତି।

ବାଚସ୍ପତି ତଥା ଡେମୋକ୍ରାଟିକ ଦଳର ନେତା ନାନସୀ ପେଲସୀ ତାଙ୍କ ଦଳର ସାଂସଦମାନଙ୍କୁ ଚିଠି ଲେଖି ମହାଭିଯୋଗ ପ୍ରସ୍ତାବ ଆଣିବାକୁ ନିବେଦନ କରିଛନ୍ତି। ଟ୍ରମ୍ପଙ୍କ ବିରୋଧରେ କମ୍ ଭୋଟ୍ ପଡ଼ିବାର ଆଶଙ୍କା ରହିଛି, ତେଣୁ ସମସ୍ତ ଦଳୀୟ ସାଂସଦଙ୍କୁ ୱାଶିଂଟନ୍ ଆସିବାକୁ ସେ ଅନୁରୋଧ କରିଛନ୍ତି।

ଆମେରିକାର ସମ୍ବିଧାନର ୨୫ ତମ ସଂଶୋଧନ ଅନୁଯାୟୀ କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟାଳୟରୁ ହଟାଯାଇପାରିବ। ୧୯୬୭ ମସିହାରେ ସମ୍ବିଧାନର ୨୫ତମ ସଂଶୋଧନ କରାଯାଇଥିଲା। ଆମେରିକାର ୩୫ ତମ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା ପରେ ଏହି ୨୫ତମ ସଂଶୋଧନ ହୋଇଥିଲା। ୧୯୬୩ରେ ତାଙ୍କର ହତ୍ୟା ହୋଇଥିଲା।

ଆମେରିକାର ସମ୍ବିଧାନର ୨୫ ତମ ସଂଶୋଧନରେ ୪ଟି ବିଭାଗ ରହିଛି

  • ଯଦି ଜଣେ ରାଷ୍ଟ୍ରପତିକୁ ତାଙ୍କ ପଦରୁ ହଟାଇବାକୁ ପଡିବ, କିମ୍ୱା ମୃତ୍ୟୁବରଣ କରନ୍ତି ତେବେ ଏହି ପରିସ୍ଥିତିରେ କେବଳ ଉପରାଷ୍ଟ୍ରପତି ରାଷ୍ଟ୍ରପତି ଭାବରେ ଦାୟିତ୍ତ୍ୱ ଗ୍ରହଣ କରିବେ।
  • ଯଦି ଉପରାଷ୍ଟ୍ରପତି ପଦ ଖାଲି ଥିବ ତେବେ ସେ କ୍ଷେତ୍ରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତିଙ୍କୁ ମନୋନୀତ କରିବେ। ଏହି ପ୍ରକ୍ରିୟାରେ ସେ କଂଗ୍ରେସର ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ଆଧାରରେ କାର୍ଯ୍ୟ କରିବେ।
  • ସେହିପରି ଯଦି ରାଷ୍ଟ୍ରପତି ତାଙ୍କର ଅକ୍ଷମତା କିମ୍ବା ଅଯୋଗ୍ୟତା ଘୋଷଣା କରିବାକୁ ସକ୍ଷମ ବା ରାଜି ନହୁଅନ୍ତି, ତେବେ ଉପରାଷ୍ଟ୍ରପତି କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ।
  • ଯଦି ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର କରିବାକୁ କିମ୍ବା ତାଙ୍କ ଦାୟିତ୍ୱ ତୁଲାଇବାରେ ସକ୍ଷମ ନୁହଁନ୍ତି କିମ୍ବା ଅନୁପଯୁକ୍ତ ତେବେ ତାଙ୍କୁ ପଦରୁ ହଟାଇ ଦିଆଯାଇପାରେ। ଏଥିପାଇଁ ଉପରାଷ୍ଟ୍ରପତି ଏବଂ ଆମେରିକାର କ୍ୟାବିନେଟରେ ମହାଭଯୋଗ ପ୍ରସ୍ତାବ ଆସିବ। ଯଦି କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଅଧିକ ସଂଖ୍ୟାରେ ସାଂସଦ ରହିବେ ତାହେଲେ ସେ ବହିଷ୍କୃତ ହୋଇପାରିବେ। ସଂସଦର ଉଭୟ ଗୃହରେ ଏଥିପାଇଁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକତା ରହିଛି।

The post ଆଜି ମହାଭିଯୋଗ ପ୍ରସ୍ତାବ, ରାଷ୍ଟ୍ରପତି ପଦରୁ ବିଦା ହେବେ ଟ୍ରମ୍ପ ! appeared first on Odisha Reporter.



from Odisha Reporter https://ift.tt/3id8fXr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages