ବାଟ କାଟି ପଳାଉଥିଲେ ବିଧାୟିକା; ଚଲାଇ ଚଲାଇ ନେଲେ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ବାଟ କାଟି ପଳାଉଥିଲେ ବିଧାୟିକା; ଚଲାଇ ଚଲାଇ ନେଲେ ଲୋକ

କରଞ୍ଜିଆ(ଦୀପକ କୁମାର ମହାନ୍ତ): ମାସେରୁ ଅଧିକ ଦିନ ହେବ ଅତିଷ୍ଠ କରୁଥିଲା ହାତୀ। ଶୁଣୁ ନ ଥିଲା ବନ ବିଭାଗ। ଶେଷରେ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ ବିଧାୟିକା। ଲୋକଙ୍କ ଭିଡ଼ ଦେଖି ବାଟ କାଟି ଚାଲି ଯାଉଥିବା ବିଧାୟିକାକୁ ଅଟକାଇ ଚଲାଇ ଚଲାଇ ନେଲେ ଉତ୍ତ୍ୟକ୍ତ ଲୋକେ। ଏପରି ଏକ ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଘଟିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାୟକ ବାସନ୍ତି ହେମ୍ବ୍ରମଙ୍କୁ   ଚଲାଇ ଚଲାଇ ପ୍ରାୟ  ନେଇ ସ୍ଥାନୀୟ ଲୋକେ କ୍ଷତିଗ୍ରସ୍ତ ଅଞ୍ଚଳ, ପନିପରିବା ଚାଷ ଆଦି ଦେଖାଇଛନ୍ତି।

ପ୍ରାୟ ମାସାଧିକ କାଳ ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଆଜି ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ସମୟରେ  କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ୍ ଉକ୍ତ ରାସ୍ତା ଦେଇ ବାରିପଦା ଯାଉଥିଲେ। ଉତ୍ତ୍ୟକ୍ତ ଲୋକେ ନିଜ ସମସ୍ୟା ସମ୍ପର୍କରେ ବିଧାୟିକାଙ୍କୁ ଜଣାଇବାକୁ ଚେଷ୍ଟା କରିବାରୁ ସେ ବାଟ କାଟି ଚାଲିଯିବାକୁ ଚେଷ୍ଟା କରୁଥିଲେ। ଏହାଦେଖି ଉତ୍ତ୍ୟକ୍ତ ଲୋକେ ବିଧାୟିକାଙ୍କୁ ଗାଡ଼ିରୁ ଓହ୍ଲାଇ ପ୍ରାୟ ୭ କିମି ଚଲାଇ ଚଲାଇ ନେଇଥିବା ଜଣାଯାଇଛି। ଏହାପରେ ସେଠାରେ ବିଧାୟିକାଙ୍କୁ କ୍ଷତିଗ୍ରସ୍ତ ଘର, ପରିବାର ଚାଷ, ଉଜୁଡ଼ା ଫସଲ ଦେଖାଇବେ ସ୍ଥାନୀୟ ଲୋକେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିଧାୟିକା ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

ଗତ ମାସେ ଧରି ତାଟ, କୁଂଜିଆ, ବିଉଁରିଆ, ନାକୁଡ଼ା ମତା,  ଭଳି ଗାଁରେ ହାତୀ ମାତିଛନ୍ତି । ପନିପରିବା, ଘରଦ୍ୱାର ସହିତ କଦଳୀ ବଗିଚା ନଷ୍ଟ  କରିଛନ୍ତି । ଏହାକୁ ନେଇ ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଲୋକେ। ମାତ୍ର ସମସ୍ୟା ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନିଆଯାଉନି।

The post ବାଟ କାଟି ପଳାଉଥିଲେ ବିଧାୟିକା; ଚଲାଇ ଚଲାଇ ନେଲେ ଲୋକ appeared first on Odisha Reporter.



from Odisha Reporter https://ift.tt/39T3sGP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages