ନୂଆଦିଲ୍ଲୀ: ଅଜି ଦେଶ ପାଳୁଛି ୭୨ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ସଂସଦଠାରୁ ଆରମ୍ଭ କରି ସୀମା ସବୁଠି ଉତ୍ସବର ମାହୋଲ। ଦିଲ୍ଲୀ ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାପରେ ଗଣତନ୍ତ୍ର ଦିବସ ସମାରୋହ ଆରମ୍ଭ ହୋଇଛି, ଚାଲିଛି ପରେଡ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ଗେଟ୍’ ଅଞ୍ଚଳରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାଓ୍ଵତ ମଧ୍ୟ ସେଠାକୁ ଯାଇଥିଲେ। ସ୍ମାରକୀରେ ଥିବା ‘ସେରିମୋନିଆଲ୍ ବୁକ୍’ରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱାକ୍ଷର କରିଥିଲେ।
ସେପଟେ ଗଣତନ୍ତ୍ର ଦିବସ ଅବସରରେ ପ୍ରଧନମନ୍ତ୍ରୀଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଥିଲା। ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଜାମନଗରରୁ ଆସିଥିବା ଏକ ସ୍ୱତନ୍ତ୍ର ‘ପଗଡ଼ି’ ପରିଧାନ କରିଛନ୍ତି। ଏହି ‘ପଗଡ଼ି’ଟି ପ୍ରଥମ କରି ଗୁଜରାଟ ଅନ୍ତର୍ଗତ ଜାମନଗରର ରାଜପରିବାର ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପହାର ଦିଆଯାଇଛି।
ଏହାପରେ ପ୍ରଧାନମନ୍ତ୍ରୀ ଉତ୍ସବସ୍ଥଳ ରାଜପଥକୁ ଫେରିଥିଲେ ଏବଂ ପରେ ପରେ ସେଠାରେ ପହଞ୍ଚିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପାଛୋଟି ନେଇଥିଲେ।
The post ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି, ଚାଲିଛି ପରେଡ appeared first on Odisha Reporter.
from Odisha Reporter https://ift.tt/3sUitk9
No comments:
Post a Comment