ଜଳେଶ୍ୱର(ଅଜିତ ଦାସ): କଲିକତାରୁ ଅନୁଗୁଳ ଅଭିମୁଖେ ଯାଉଥିବା ‘ଡାଏନା’ ନାମକ ଯାତ୍ରୀବାହି ବସ୍ ଗତ ରାତିରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପଶ୍ଚିମବଙ୍ଗ ଆଙ୍ଗୁଆ ନିକଟରେ ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ୭ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ‘ଡାଏନା’ ବସ୍ରେ ପ୍ରାୟ ୫୫ ଯାତ୍ରୀ ଗତକାଲି କଲିକତାରୁ ଅନୁଗୁଳ ଅଭିମୁଖେ ଯାଉଥିଲେ। ମାତ୍ର ବିଳମ୍ବିତ ରାତିରେ ବସ୍ଟି ଓଡ଼ିଶା ସୀମାଠୁ ୧୦ କି.ମି. ଦୂରରେ ଆଙ୍ଗୁଆ ନିକଟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୭ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ୍ ପହଞ୍ଚି ଆହତମାନଙ୍କୁ ମେଦିନିପୁର ହସ୍ପିଟାଲରେ ଭର୍ତ୍ତି କରିଛି।
The post ୫୫ ଯାତ୍ରୀଙ୍କୁ ଧରି ଯାଉଥିଲା ’ଡାଏନା’ ବସ୍, ଓଲଟି ପଡ଼ିଲା appeared first on Odisha Reporter.
from Odisha Reporter https://ift.tt/368bI4D
No comments:
Post a Comment