ଏକା ଏକା କରୋନା ଟିକା ନେଲେ ସ୍ୱାମୀ, ରାଗିଗଲେ ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 28, 2021

ଏକା ଏକା କରୋନା ଟିକା ନେଲେ ସ୍ୱାମୀ, ରାଗିଗଲେ ସ୍ତ୍ରୀ

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ଆସି ଯାଇଛି ସଞ୍ଜିବନୀ।  ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ ଆରମ୍ଭ ହୋଇଯାଇଛି। ପ୍ରଥମେ ଡାକ୍ତର ଏବଂ  ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ଏହାରି ଭିତରେ ଜଣେ ଡାକ୍ତର ସ୍ୱାମୀ ଏକା ଏକା ଟିକା ନେଇଯିବାରୁ ତାଙ୍କ ପତ୍ନୀ ରାଗି କି ପଞ୍ଚମ ହୋଇଯାଇଛନ୍ତି। ଫୋନରେ ହିଁ ତାଙ୍କୁ ଟ୍ୱିସନ କରିଦେଇଛନ୍ତି। ସବୁଠୁ ମଜା କଥା ହେଉଛି ଯେତେବେଳେ ତାଙ୍କ ପତ୍ନୀ ତାଙ୍କୁ ଗାଳି ଦେଉଥିଲେ ସେତେବଳେ ଡାକ୍ତର ଜଣକ ଲାଇଭରେ ଥିଲେ। ଫଳରେ ସ୍ୱାମୀ-ସ୍ତ୍ରୀଙ୍କ ଏହି କଥାବାର୍ତ୍ତାର ଭିଡିଓ ରେକର୍ଡ ହୋଇଯାଇଥିଲା। ସ୍ୱାମୀ-ସ୍ତ୍ରୀଙ୍କ ଝଗଡା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓଟି ହେଉଛି ପ୍ରସିଦ୍ଧ କାର୍ଡିଓଲୋଜିଷ୍ଟ ତଥା ଇଣ୍ଡିଆନ ମେଡିକାଲ ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ଡଃ.କେକେ ଅଗ୍ରୱାଲଙ୍କର। ଭାଇରଲ ଭିଡିଓ ଦେଖିବାକୁ ମିଳିଛି ଯେ, କାର୍‌ରେ ବସି ଲାଇଭରେ ଥିବା ବେଳେ ଡାକ୍ତରଙ୍କୁ ତାଙ୍କ ପତ୍ନୀ ଫୋନ କରୁଛନ୍ତି। ଡାକ୍ତର ଅଗ୍ରୱାଲ ଫୋନ ଉଠାଇବା ପରେ ପତ୍ନୀ ତାଙ୍କୁ ଟିକା ନେଲ କି ବୋଲି ପ୍ରଶ୍ନ କରୁଛନ୍ତି। ଏହାପରେ ଡାକ୍ତର କହୁଛନ୍ତି, ସେ ଟିକା ବିଷୟରେ ପଚାରିବାକୁ ଯାଇଥିଲେ, ସେତେବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଖାଲିଥିଲା। ଏବେ ଖାଲି ଅଛି ଆପଣ ଟିକା ନେଇଯା’ନ୍ତୁ କହିଲେ, ତେଣୁ ମୁଁ ଟିକା ନେଇଗଲି।” ଏହାପରେ ଡାକ୍ତରଙ୍କ ଟିକା ନେବା କଥା ଶୁଣି ପତ୍ନୀ ପୁରା ରାଗିକି ପଞ୍ଚମ ହୋଇଯାଉଛନ୍ତି। ମୋତେ କାହିଁକି ସାଙ୍ଗରେ ନେଇକି ଗଲନି ବୋଲି ଡାକ୍ତରଙ୍କୁ ରାଗିକି ଟ୍ୱିସନ କରୁଛନ୍ତି ସ୍ତ୍ରୀ ।


ଏହାପରେ ଡାକ୍ତର ଅଗ୍ରୱାଲ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି ଶୁଣି ନାହାନ୍ତି। ମେତେ କିଛି ବାହାନା କରନି ବୋଲି କହି ତାଙ୍କ ପତ୍ନୀ ଆହୁରି ରାଗିଯାଉଛନ୍ତି। ଏହାପରେ ଡାକ୍ତର ତାଙ୍କୁ ମୁଁ ଲାଇଭରେ ଅଛି ବୋଲି କହୁଛନ୍ତି। ଏଥିରେ ପତ୍ନୀ ରାଗି ଯାଇ କହୁଛନ୍ତି, ମୁଁ ଲାଇଭ୍‌କୁ ଆସି, ତମ କଥା ବୁଝୁଛି ରୁହ’। ଏହି ପୁରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଟୁଇଟରରେ ଜୋରସୋରରେ ଟ୍ରେଣ୍ଡ ମଧ୍ୟ କରୁଛି।

ସେପଟେ ଭିଡିଓଟି ଭାଇରାଲ ହେବା ପରେ ଡାକ୍ତର ଅଗ୍ରୱାଲ ଟୁଇଟ କରି କହିଛନ୍ତି ଯେ, ହସିବା ସ୍ୱାସ୍ଥ୍ୟ ପାଇଁ ଭଲ। ମୋତେ ନେଇ ଯଦି କିଛି ଲୋକ ଖୁସି ହୋଇପାରୁଛନ୍ତି ଏବଂ ହସି ପାରୁଛନ୍ତି ତା’ହେଲେ ସବୁଠାରୁ ଭଲ କଥା।  କିନ୍ତୁ ତା’ ସହ ସମୟ ମିଳିଲେ ଟିକା ବି ନେବା ଜରୁରୀ ।

The post ଏକା ଏକା କରୋନା ଟିକା ନେଲେ ସ୍ୱାମୀ, ରାଗିଗଲେ ସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2NI1XDU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages