ପ୍ରେମିକାକୁ ମାରି ପୋତିଦେଲା, ତା’ଉପରେ ତିଆରି କଲା ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 28, 2021

ପ୍ରେମିକାକୁ ମାରି ପୋତିଦେଲା, ତା’ଉପରେ ତିଆରି କଲା ଘର

ଲକ୍ଷ୍ନୌ: ବଲିଉଡ ଫିଲ୍ମ ‘ଦୃଶ୍ୟମ’ରେ ଅଭିନେତା ଅଜୟ ଦେବଗନ ନିଜ ଝିଅକୁ ଅସଦାଚରଣ କରିଥିବା ଅଭିଯୁକ୍ତର ମୃତଦେହକୁ ଲୁଚାଇବାକୁ ଯାଇ ନିର୍ମାଣଧୀନ ପୁଲିସ ଷ୍ଟେସନରେ ପୋତି ଦେଉଛନ୍ତି। ଏଭଳି କିଛି ଦୃଶ୍ୟର ପୁନାରାବୃତ୍ତି ଘଟିଛି ପ୍ରକୃତ ଜୀବନରେ। ଉତ୍ତରପ୍ରଦେଶ ଖରଗେନା ଅଞ୍ଚଳରେ ହୋଇଥିବା ଏକ ହତ୍ୟାକାଣ୍ଡର ପୁଲିସ ପର୍ଦ୍ଦାଫାଶ କରିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ସେଠାକର ଜଣେ ସନ୍ତୋଷ ନାମକ ପ୍ରେମିକ ନିଜ ବିବାହିତା ପ୍ରେମିକା ଛାୟା ବାଇକୁ ହତ୍ୟା କରି ପୁନିଦି ତଳେ ପୋତି ଦେଇଛି। ଏବଂ ତା’ଉପରେ ସିମେଣ୍ଟ ପ୍ଲାଷ୍ଟର କରି ନୂଆ ଘର ତିଆରି କରିଛି। ଘଟଣା ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ପୁଲିସ ଗିରଫ କିରଛି।

ପୁଲିସ ସୂଚନା ମୁତାବକ, କିଛି ଦିନ ତଳେ ଛାୟା ବାଇ ମୋହନଖେଡି ଗାଁରେ ଥିବା ନିଜ ବାପ ଘରକୁ ଆସିଥିଲେ। କିନ୍ତୁ ଗତ ଡିସେମ୍ବର ୩୦ ତାରିଖ ଦିନ ହଠାତ ସେ କୁଆଡେ ଗାଏବ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ୩ ଜନୁଆରୀ ୨୦୨୧ରେ ଛାୟା ବାଇ ନିଖୋଜ ହୋଇଯାଇଥିବା ନେଇ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। ଛାୟା ବାଇଙ୍କ ସହ ତାଙ୍କ ପ୍ରେମିକ ସନ୍ତୋଷ ମଧ୍ୟ ନିଖୋଜ ଥିଲେ। ଏହାପରେ ଦୁହେଁ ଏକାଠି ଫେରାର ହୋଇଯାଇଥିବା ନେଇ ଗାଁ ଲୋକେ ଏବଂ ପୁଲିସ ସନ୍ଦେହ କରିଥିଲା । କନ୍ତୁ ଝିଅ ଘର ଲୋକେ ସନ୍ତୋଷ ତାଙ୍କ ଝିଅକୁ ଅପହରଣ କରିନେଇ, ସେ ତିଆରି କିରଥିବା ନୂଆ ଘରେ ରଖିଛି ବୋଲି ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଛାନଭିନ କରିଥିଲା।

ପୁଲିସ ସନ୍ଦେହରେ ସନ୍ତୋଷର ନୂଆଘରକୁ ଯାଇ ତଦନ୍ତ କରିବା ପରେ ଛାୟା ବାଇଙ୍କର କିଛି ଜିନିଷ ଘର ଭିତରୁ ମିଳିଥିଲା । ଯେଉଁସ୍ଥାନରୁ ଛାୟାଙ୍କ ଜିନିଷ ମିଳିଲା ସେହିସ୍ଥାନରେ ପ୍ଲାଷ୍ଟର ହୋଇଥିବା ଦେଖି ପୁଲିସର ସନ୍ଦେହ ଆହୁରି ବଢ଼ିଥିଲା। ପରେ ପୁଲିସ ସେହି ସ୍ଥାନକୁ ଖୋଲିବା ପରେ ୩ ଫୁଟ ମାଟି ତଳୁ ଛାୟାଙ୍କ ମୃତଦେହ ଜବତ ହୋଇଥିଲା।  ଏହି ଘଟଣାରେ ପୁଲିସ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣି କରିଛି। ଶବ ବ୍ୟବଚ୍ଛଦ ପାଇଁ ପଠାଯାଇଥିବା ସହ ଘଟଣା ତଦନ୍ତ ଜାରି ରହିଛି ବୋଲି ଏସଡିପିଓ କହିଛନ୍ତି।

The post ପ୍ରେମିକାକୁ ମାରି ପୋତିଦେଲା, ତା’ଉପରେ ତିଆରି କଲା ଘର appeared first on Odisha Reporter.



from Odisha Reporter https://ift.tt/3qZrXsy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages