ରାୟଗଡ଼ା(ମନୋଜ ପାତ୍ର): ହଜାରେ କି ଦୁଇ ହଜାର ନୁହଁ । ସିଧାସଳଖ ୧ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍ । ଜଣେ ବାଇକ୍ ଚାଳକଙ୍କ ଉପରେ ଏହି ଜରିମାନା କରିଛି ପରିବହନ ବିଭାଗ । ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି ।
ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ଅଭିଯୋଗରେ ଜଣେ ବାଇକ୍ ଚାଳକଙ୍କ ଉପରେ ଟ୍ରାଫିକ୍ ଇନ୍ସପେକ୍ଟର୍ ଲକ୍ଷେ ୧୩ ହଜାର ୫ଶହ ଟଙ୍କାର ଚାଲାଣ କାଟିଛନ୍ତି। ସହରର ଡିଆଇବି ଛକରେ ଗତକାଲି ଯାଞ୍ଚ ଚାଲିଥିବାବେଳେ ଧରାପଡ଼ିଥିଲେ ମଧ୍ୟପ୍ରଦେଶ ଅମରପୁର୍ର ପ୍ରକାଶ ବନଜରା । ସେ ବାଇକ୍ରେ ବୁଲି ବୁଲି ଡ୍ରମ ବ୍ୟବସାୟ କରନ୍ତି । ତେବେ ଗତକାଲି ବାଇକ୍ରେ ଗଲାବେଳେ ସେ ହେଲମେଟ୍ ପିନ୍ଧି ନ ଥିବା ବେଳେ ଚଲାଉଥିବା ବାଇକ୍ର ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ଥିଲା । ଏପରିକି ମଧ୍ୟପ୍ରଦେଶରୁ ଗାଡ଼ି କିଣି ବିନା ରେଜିଷ୍ଟ୍ରେସନ୍ରେ ରାୟଗଡ଼ାରେ ବ୍ୟବସାୟରେ ଲଗାଇଥିଲେ ।
ପରିବହନ ବିଭାଗର ଯାଞ୍ଚରେ ଧରା ପଡ଼ିବା ପରେ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ ନ ଥିବା ଏବଂ ହେଲମେଟ୍ ପିନ୍ଧିନଥିବା କାରଣ ଦର୍ଶାଇ ୧ ଲକ୍ଷ ୧୩ ହଜାର ୫୦୦ ଟଙ୍କାର ଜରିମାନା କଟାଯାଇଛି । ନୂତନ ମଟର ଯାନ ଆଇନ କାର୍ଯ୍ୟକାରୀ ପରେ ବାଇକ ଚାଳକଙ୍କ ନିକଟରୁ ଏତେ ଟଙ୍କା ଫାଇନ୍ ଆଦାୟ ହେବା ରାୟଗଡ଼ାରେ ପ୍ରଥମ ଘଟଣା।
The post ବାଇକ୍ ଦାମଠୁ ଅଧିକ ପଡ଼ିଲା ଜରିମାନା, କଟିଲା ଲକ୍ଷେ ୧୩ ହଜାର ଫାଇନ୍ appeared first on Odisha Reporter.
from Odisha Reporter https://ift.tt/3qnYNTT
No comments:
Post a Comment