ନାବାଳିକାଙ୍କୁ ବୟଫ୍ରେଣ୍ଡ ଓ ୪ ସାଙ୍ଗଙ୍କ ଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ନାବାଳିକାଙ୍କୁ ବୟଫ୍ରେଣ୍ଡ ଓ ୪ ସାଙ୍ଗଙ୍କ ଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ

ବରେଲୀ: ଉତ୍ତର ପ୍ରଦେଶର ବରେଲୀରେ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକାଙ୍କୁ ତାଙ୍କ ବୟଫ୍ରେଣ୍ଡ ଓ ୪ ଜଣ ସାଙ୍ଗ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି କି ସେମାନେ ଏହି କୁକର୍ମର ଭିଡିଓ ଉତ୍ତୋଳନ କରି ଏହାକୁ ଭାଇରାଲ କରିଛନ୍ତି।

ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ବୟଫ୍ରେଣ୍ଡ ଜଣଙ୍କ ବିବାହାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେ ତାଙ୍କୁ ବର୍ଷାଧିକ କାଳ ଦୁଷ୍କର୍ମ କରି ଚାଲିଥିଲେ।

ଅଭିଯୁକ୍ତ ବୟଫ୍ରେଣ୍ଡ ଜଣଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋକୁ ଉତ୍ତୋଳନ କରି ଏହାକୁ ଜାନୁଆରୀ ୧ରେ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲା। ଏହି ଭିଡିଓ ଓ ଫଟୋକୁ ଆଧାର କରି ବୟଫ୍ରେଣ୍ଡ ଜଣଙ୍କ ନାବାଳିକାଙ୍କୁ ବ୍ଲାକମେଲିଂ କରି ଚାଲିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବୟଫ୍ରେଣ୍ଡ ଜଣଙ୍କ ତାଙ୍କର ୪ ଜଣ ସାଙ୍ଗଙ୍କୁ ଡାକି ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା।

ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାଙ୍କ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।

The post ନାବାଳିକାଙ୍କୁ ବୟଫ୍ରେଣ୍ଡ ଓ ୪ ସାଙ୍ଗଙ୍କ ଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ appeared first on Odisha Reporter.



from Odisha Reporter https://ift.tt/3i8ojtb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages