ସୁନ୍ଦରଗଡର ବୋହୂଙ୍କୁ ସୁନ୍ଦରୀ ମୁକୁଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ସୁନ୍ଦରଗଡର ବୋହୂଙ୍କୁ ସୁନ୍ଦରୀ ମୁକୁଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଚମକିଲେ ଓଡ଼ିଆ ବୋହୂ। ସାରା ଦେଶରେ ଓଡ଼ିଶାର ରଖିଲେ ଟେକ। ସୁନ୍ଦରଗଡର ବୋହୂ ପିନ୍ଧିଲେ ସୁନ୍ଦରୀ ମୁକୁଟ। ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ବନିଛନ୍ତି ଚଳିତ ବର୍ଷର ମିସେସ୍ ଇଣ୍ଡିଆ। ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ନବଦୀପ।

ଗତ ଅକ୍ଟୋବରରୁ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅନଲାଇନରେ ଭାଗ ନେବା ପରେ ଏଥିରେ ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ ସେ। ଗତ ଦୁଇ ଦିନ ତଳେ ମୁମ୍ବାଇରେ ଆୟୋଜିତ ଫାଇନାଲ୍ ରାଉଣ୍ଡରେ ନବଦୀପ ସୁନ୍ଦରୀ ମୁକୁଟ ହାତେଇଛନ୍ତି। ତାଙ୍କୁ କ୍ରାଉନ୍ ପିନ୍ଧାଇ ବିଜେତା ଘୋଷିତ କରାଯାଇଛି ।

ବିବାହ ପରେ ବି ମହିଳା ନିଜ ପ୍ରତିଭାକୁ ପରିପ୍ରକାଶ କରିପାରିବେ । କେବଳ ଘରର ଚାରି କାନ୍ଥରେ ନୁହେଁ ସେ ବାହାରକୁ ବାହାରି ନିଜ ପରିବାରକୁ ଗର୍ବିତ କରାଇପାରିବେ ବୋଲି ନବଦୀପ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

The post ସୁନ୍ଦରଗଡର ବୋହୂଙ୍କୁ ସୁନ୍ଦରୀ ମୁକୁଟ appeared first on Odisha Reporter.



from Odisha Reporter https://ift.tt/36jam7g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages