ଆଜି ମୁକୁଳିବେ ଶଶିକଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ଆଜି ମୁକୁଳିବେ ଶଶିକଳା

ଚେନ୍ନାଇ: ମୁକ୍ତି ପାଇବେ ଶଶିକଳା। ପ୍ରାୟ ୪ ବର୍ଷ ପରେ ଆଜି ଜେଲରୁ ମୁକୁଳିବେ ଏଆଇଡିଏମକେର ପୂର୍ବତନ ନେତ୍ରୀ ଶଶିକଳା। ସେ ଆୟବହିର୍ଭୂତ ସମ୍ପତି ଠୁଳ ମାମଲାରେ ବେଙ୍ଗଳୁରୁର ଏକ ଜେଲରେ ସଜା କଟୁଛନ୍ତି।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଅତି ବିଶ୍ୱସ୍ତ ତଥା ତାମିଲବାସୀଙ୍କ ପାଖରେ ଚିନ୍ନମ୍ମା ଭାବେ ପରିଚିତ ଭି.କେ ଶଶୀକଳା ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।  ହଠାତ୍ ଥଣ୍ଡା ଓ ଜ୍ୱରରେ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତ୨୦ ଜାନୁଆରୀରେ  ପରୀକ୍ଷା ପରେ ଶଶୀକଳା କୋଭିଡ଼ରେ ସଂକ୍ରମିତ ଥିବା ଜଣାପଡିଥିଲା।

ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଇଥିଲା।  ଏବେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ତେବେ ତାଙ୍କୁ ହସ୍ପିଟାଲରୁ କେବେ ଡିସଚାର୍ଜ କରାଯିବ ସେ ନେଇ କିଛି ସୂଚନା ମିଳିନାହିଁ।  ସେପଟେ ଆଜି ଚେନ୍ନାଇର ମାରିନା ବିଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବ।

The post ଆଜି ମୁକୁଳିବେ ଶଶିକଳା appeared first on Odisha Reporter.



from Odisha Reporter https://ift.tt/39mhYI8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages