କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ,୨୫ ପ୍ଲାଟୁନ ପୁଲିସ୍‌ ମୁତୟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 25, 2021

କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ,୨୫ ପ୍ଲାଟୁନ ପୁଲିସ୍‌ ମୁତୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ଆଜି ସମଗ୍ର ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ଗାନ୍ଧି ମାର୍ଗରେ ଆଜି ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଗାନ୍ଧିମାର୍ଗରେ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି ହୋଇଛି । ସକାଳ ୬ଟା ୩୦ରୁ ୯ଟା ଯାଏଁ ଗାନ୍ଧି ମାର୍ଗକୁ ସର୍ବସାଧାରଣଙ୍କ ପାଇଁ ବାରଣ କରାଯାଇଛି । ଏଠାରେ ସକାଳ ୮ଟା ୩୦ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ।

ରାଜ୍ୟସ୍ତରୀୟ ପରେଡ୍‌ରେ ପୁଲିସ୍‌, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଭଳି ୧୪ଟି କଣ୍ଟିନେଣ୍ଟ ଭାଗ ନେଉଛନ୍ତି  । ଏଥର କିନ୍ତୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେଉନାହାନ୍ତି । କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ପରେଡ୍ ସ୍ଥଳରେ ପଥଚାରୀ ଓ ଗାଡ଼ି ଚଳାଚଳ ବନ୍ଦ ରଖାଯିବ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଦେଇ ଆସୁଥିବା ଗାଡ଼ିକୁ କେସରି ଟକିଜ୍ ଆଡ଼େ ଡାଇଭର୍ଟ କରାଯାଇଛି । ଏଜି ଛକରୁ ପିଏମ୍‌ଜି  ଆଡ଼େ ଆସୁଥିବା ଗାଡ଼ିକୁ ଜୟଦେବ ଭବନ ଦେଇ ଇଡକଲ ଅଡିଟୋରିୟମ ଆଡ଼େ ଡାଇଭର୍ଟ କରାଯିବ । ପରେଡ୍ ବେଳେ ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୁଲିସ୍‌ ମୁତୟନ ରହୁଛନ୍ତି।

ସେହିପରି ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ଼ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ କରୋନା ମହାମାରୀ ଲାଗି ସାଧାରଣତନ୍ତ୍ର ଦିବସ ସମାରୋହରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏହି ଅବସରରେ ଅଂଶଗ୍ରହଣ କରୁଥିବା କଣ୍ଟିଜେଣ୍ଟ୍ ସହ ପ୍ରଜ୍ଞାପନ ମେଢ ସଂଖ୍ୟା ହ୍ରାସ କରାଯାଇଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିନ କରାଯିବ।

ପ୍ରତିବର୍ଷ ସାଢ଼େ ୮ କିଲୋମିଟର ପରେଡ୍ ମାର୍ଚ୍ଚ ହେଉଥିବା ବେଳେ ଚଳିତ ବର୍ଷ ପରେଡ୍ ଲମ୍ବକୁ ମଧ୍ୟ ୫ କିଲୋମିଟର ହ୍ରାସ କରାଯାଇଛି । ଲାଲକିଲ୍ଲା ପୂର୍ବରୁ ନ୍ୟାସନାଲ ଷ୍ଟାଡିୟମ୍ ନିକଟରେ ଶେଷ ହେବ ପରେଡ୍ । ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା କଳାକାରଙ୍କ ସଂଖ୍ୟା ମଧ୍ୟ କମାଇ ଦିଆଯାଇଛି । ପରେଡ୍‌ରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହେବେ ନାହିଁ।  ଏଥର ପରେଡରେ କେହି ବିଦେଶୀ ଅତିଥି ଯୋଗଦେଉନାହାନ୍ତି  ।

ପରେଡରେ ସାମିଲ ହେବେ ଭାରତର ପ୍ରଥମ ମହିଳା ଫାଇଟର୍ ପାଇଲଟ୍ । ପରେଡରେ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରେ ନିୟୋଜିତ ଯବାନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ବାୟୁସେନାରେ ସାମିଲ କରାଯାଇଥିବା ଫାଇଟର ଜେଟ୍ ରାଫେଲ୍ ଫ୍ଲାଏପାଷ୍ଟ୍ କରିବ । ତେବେ ଏହି ସମାରୋହର ଅନ୍ୟତମ ଆକର୍ଷଣ ରହିବ ବାଂଲାଦେଶୀ ସେନାଙ୍କ ପରେଡ୍ । ପରେଡ୍‌ରେ ପ୍ରଥମ ଥର ପାଇଁ ଭାଗ ନେବେ ବାଙ୍ଗଲାଦେଶୀ ସେନା । ପରେଡରେ ବାଙ୍ଗଲାଦେଶର ୨ଟି କଣ୍ଟିଜେଣ୍ଟ ଭାଗନେବ । ଗୋଟିଏ କଣ୍ଟିଜେଣ୍ଟ ମାର୍ଚ୍ଚ ଫାଷ୍ଟ କରିବାକୁ ଥିବାବେଳେ ଅନ୍ୟଟି ମିଲିଟାରି ବ୍ୟାଣ୍ଡ ପ୍ରଦର୍ଶନ କରିବ । ପରେଡ ଲାଗି ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରାୟ ୪୦ ହଜାର ଯବାନ ମୁତୟନ ହୋଇଛନ୍ତି ।

ଗଣତନ୍ତ୍ର ଦିବସ ଉପଲକ୍ଷେ ଆନ୍ତର୍ଜାତୀକ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।  ପୁରୀ ସମୁଦ୍ର ବେଳାଭୂମିରେ ବାଲିରେ  ‘ହାପି ରିପବ୍ଲିକ ଡେ’ ସହ ‘ମେରା ଭାରତ ମହାନ’ ଲେଖି ଦେଶବାସୀଙ୍କୁ ଶିଳ୍ପୀ ବାର୍ତ୍ତା ଦେଇଛନ୍ତି । ଏହି  ବାଲୁକାମୂର୍ତ୍ତି ୧୫ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍ ବାଲି ବ୍ୟବହାର କରାଯାଇଛି । ବାଲୁକାମୂର୍ତ୍ତି ନିର୍ମାଣ ପାଇଁ ମାନସଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଛି ।

The post କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ,୨୫ ପ୍ଲାଟୁନ ପୁଲିସ୍‌ ମୁତୟନ appeared first on Odisha Reporter.



from Odisha Reporter https://ift.tt/3sWDz1q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages