ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 25, 2021

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଛି। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ କରି ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ଜୟ ହିନ୍ଦ ବୋଲି କହିଛନ୍ତି।


ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ସାଧାରଣତନ୍ତ୍ର ଦିବସ। ପରେଡରେ ପ୍ରଥମ ଥର ପାଇଁ ବାଂଲାଦେଶ ସୈନିକମାନେ ଭାରତୀୟ ସୈନ୍ୟଙ୍କ ସହ ମିଶି କଦମତାଲ କରିବେ । ସେହିପରି ରାଜଧାନୀ ରାଜରାସ୍ତାରେ ଶକ୍ତି ଦେଖାଇବ ରାଫେଲ ଯୁଦ୍ଧ ବିମାନ, ଫ୍ଲାଇପାଷ୍ଟ କରିବ। ପ୍ରଥମ ଥର ଲଦାଖର ଏକ ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହେବ। ସେହିପରି ପ୍ରଥମ ଥର ମହିଳା ଫାଇଟର ପାଇଲଟ ପରେଡରେ ଯୋଗ ଦେବେ।


ସାଧାରଣନ୍ତ୍ର ଦିବସ ଅବସରରେ ଚତୁର୍ଥ ଥର ପାଇଁ ଏଥର କୌଣସି ମୁଖ୍ୟ ଅତିଥି ରହିବେନି। ଏଥର ମୋଟର ସାଇକେଲ ଷ୍ଟଣ୍ଟ ଦେଖିବାକୁ ମିଳିବିନି। ମହାମାରୀ ସମୟରେ ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ପରେଡର ଦୂରତାକୁ କମାଇ ଦିଆଯାଇଛି । ୨୫ ହଜାର ଦର୍ଶକ ଏଥର ପରେଡକୁ ଦେଖିବେ। ତେବେ ଚଳିତ ଥର ପରେଡରେ କୌଣସି ବି ବିଦେଶୀ ଅତିଥି ଯୋଗ ଦେଉନାହାନ୍ତି।

The post ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3pvJRmk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages