ସୀମା ସିଲ୍‌, ରାଜରାସ୍ତାରେ ଟ୍ରାଫିକ ଜାମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ସୀମା ସିଲ୍‌, ରାଜରାସ୍ତାରେ ଟ୍ରାଫିକ ଜାମ୍

ନୂଆଦିଲ୍ଲୀ: ଦିଲ୍ଲୀ ରାଜରାସ୍ତାରେ ଅଟକି ରହିଛି ଶହ ଶହ ଗାଡି। ସୀମା ସିଲ୍‌ ପାଇଁ ସୃଷ୍ଟି ହୋଇଛି ଟ୍ରାଫିକ ଜାମ୍। ଆଜି ସାକଳୁ ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଅଟକି ରହିଛି ଶତାଧିକ ଗାଡି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି।

କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଏବେବି ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗାଜିପୁର ସୀମା ଏବେ ଚାଷୀଙ୍କ ଆନ୍ଦୋଳନର କେନ୍ଦ୍ର ପାଲଟିଛି। ଏହାକୁ ଦେଖି ଦିଲ୍ଲୀ ପୁଲିସ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀକୁ ପ୍ରେବଶ କରୁଥିବା ସମସ୍ତ ସୀମା ସିଲ କରିଦେଇଛି। ଅଜି ସକାଳୁ ମହାରାଜାପୁର ସୀମା ମଧ୍ୟ ବନ୍ଦ ରଖିଛି। ଫଳରେ ସପ୍ତାହର ପ୍ରଥମ ଦିନ ହୋଇଥିବାରୁ  ଗାଡି ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି।  ମହାରାଜାପୁର ଠାରୁ ବୈଶାଳି ପର୍ଯ୍ୟନ୍ତ ଲମ୍ବା ଟ୍ରାଫିକ ଜାମ ଦେଖାଦେଇଛି। କେବଳ ସେତିକି ନୁହେଁ ଦିଲ୍ଲୀର ଅନ୍ୟ ମାର୍ଗ ଗୁଡିକରେ ମଧ୍ୟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।


ଏହାପୂର୍ବରୁ ଦିଲ୍ଲୀ-ମେରଟ ଏକ୍ସପ୍ରେସ ୱେର ସମସ୍ତ ୧୪ ଲେନ ବିଶିଷ୍ଟ ରାଜପଥକୁ ବନ୍ଦ କରିଦେଇଥିଲା ଦିଲ୍ଲୀ ପୁଲିସ। ଫଳରେ ଦିଲ୍ଲୀକୁ ଯିବା ଆସିବା କରିବାରେ ସମସ୍ୟା ଉପୁଜିଛି। ସେହିପରି ମେଟ୍ରୋ ଷ୍ଟେସନକୁ ମଧ୍ୟ ବନ୍ଦ ରଖାଯାଇଛି।

ଗାଜିପୁର ସୀମରେ ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ନଏଡା ପାଇଁ ଅକ୍ଷରଧାମ ରୁଟକୁ ଡାଇଭର୍ଟ କରାଯାଇଛି। ଫଳରେ ରାଜରାସ୍ତରେ ଶତାଧିକ ଗାଡି ଭିଡ ଜମିଛି। ଲମ୍ବା ଟ୍ରାଫିସ ଜାମ୍ ସୃଷ୍ଟି ହୋଇଛି। ଏହି କାରଣରୁ, ISBT ଆନନ୍ଦ ବିହାରରୁ ଗାଜିପୁର ପର୍ଯ୍ୟନ୍ତ 56 ନମ୍ବର ରାସ୍ତା ପ୍ରଭାବିତ ହୋଇଛି।

The post ସୀମା ସିଲ୍‌, ରାଜରାସ୍ତାରେ ଟ୍ରାଫିକ ଜାମ୍ appeared first on Odisha Reporter.



from Odisha Reporter https://ift.tt/2L6tsWF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages