ଆହତ ଯୁବକଙ୍କ ମେଡିକାଲରେ ଉନ୍ମତ କାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ଆହତ ଯୁବକଙ୍କ ମେଡିକାଲରେ ଉନ୍ମତ କାଣ୍ଡ

ଉଦଳା(ମାନସ ପାଣି): ଦୁର୍ଘଟଣାରେ ଆହତ ଜଣେ ଯୁବକ ଚିକିତ୍ସା ନିମନ୍ତେ ମେଡିକାଲ ଯାଇ ସେଠାରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଜଣାଯାଇଛି। ଯୁବକଜଣକ ସେଠାକାର ସୁରକ୍ଷା କର୍ମୀ, କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଡାକ୍ତରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ଏପରିକି ନିଶାସକ୍ତ ଅବସ୍ଥାରେ ଥିବା ବେଳେ ସେ ମେଡିକାଲ ପରିସରରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ମେଡିକାଲରେ ଗତ ରାତିରେ ଘଟିଛି ।

ଗତ ରାତିରେ ଯୁବକଜଣକ ଦୁର୍ଘଟଣାରେ ଆହତ ହୋଇ ଉଦଳା ମେଡିକାଲକୁ ଆସିଥିଲେ। କିନ୍ତୁ ଡ୍ରେସିଂ ସମୟରେ ସେ ଡ୍ରେସିଂ କରୁଥିବା କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏହାପରେ ମେଡିକାଲର ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ସହ ଡ଼ାକ୍ତରଖାନାର ଆଉଟଡୋର କବାଟ କାଚ କୁ ଭାଙ୍ଗି ଦେଇଥିଲେ। ଏପରିକି ଡିୟୁଟିରେ ଥିବା ଡ଼ାକ୍ତରଙ୍କୁ ଦୁର୍ବ୍ୟବହାର କରିଥିଲେ। ଯୁବକଜଣକ ଭଙ୍ଗା କାଚ ଧରି ସମସ୍ତଙ୍କୁ  ଭୟଭୀତ କରିଥିଲେ। ଏପରିକି ପୁଲିସ୍‌କୁ ମଧ୍ୟ ଭଙ୍ଗା କାଚ ଦେଖାଇ ଡାକ୍ତରଖାନାରୁ ଚମ୍ପଟ ମାରିଥିଲେ। ତେବେ ଯୁବକ ଜଣକ ନିଶାସକ୍ତ ଥିବା ଉଦଳା ମେଡିକାଲ ଡାକ୍ତର ମହେଶ୍ୱର ଦାସ କହିଛନ୍ତି ।

 

The post ଆହତ ଯୁବକଙ୍କ ମେଡିକାଲରେ ଉନ୍ମତ କାଣ୍ଡ appeared first on Odisha Reporter.



from Odisha Reporter https://ift.tt/2YtSbHw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages