ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
୬ ମାସ ହେଲା ଲଳିତ ନାୟକ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିଲେ। ପ୍ରଥମେ କ୍ୟାନସରରେ ଓ ପରେ କରୋନାରେ ସେ ଆକ୍ରାନ୍ତ ହୋଇଥିଲେ। ଏକ ଘରୋଇ ହସପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।
ଲଳିତ ନାୟକ ପଶ୍ଚିମ ଓଡ଼ିଶା ଶ୍ରମିକ ସଂଘ, ବିଦ୍ୟୁତ୍ କର୍ମଚାରୀ ସଂଘ ଏବଂ ରିକ୍ସା ଓ ଅଟୋ ଚାଳକ ସଂଘ ଭଳି ପ୍ରାୟ ୫୦ ଟି ସଂଗଠନର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କ ମାର୍ଗଦର୍ଶନରେ ଅନେକ ସମାଜସେବୀ ସଂଗଠନ ମଧ୍ୟ ଗଠନ କରାଯାଇଛି। ଗରିବ ଓ ନିସଃହାୟଙ୍କ ପାଇଁ ସେ ସଦାସର୍ବଦା ଲଢ଼େଇ କରିଥିଲେ।
ସାରା ଜୀବନ ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଲଳିତ ନାୟକ ବିବାହ କରି ନଥିଲେ। ତାଙ୍କ ବିୟୋଗରେ ସାରା ଜିଲ୍ଳାରେ ଶୋକରଛାୟା ଖେଲିଯାଇଛି। ତାଙ୍କ ପାର୍ଥିବ ଶରୀରକୁ ବଲାଙ୍ଗିର ଅଣାଯାଇ ସତ୍କାର କରାଯିବ ବୋଲି ଜଣାପଡ଼ିଛି।
ଲଳିତ ବେହେରାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ କଲ୍ୟାଣ ସହ ରକ୍ତଦାନ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।
ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ସହ ରକ୍ତଦାନ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
— Naveen Patnaik (@Naveen_Odisha) January 18, 2021
The post ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/39IPQxA
No comments:
Post a Comment