ପିଏମ୍ କେୟାର ଫଣ୍ଡ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲିଖିଲେ ପୂର୍ବତନ ପ୍ରଶାସନିକ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

ପିଏମ୍ କେୟାର ଫଣ୍ଡ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲିଖିଲେ ପୂର୍ବତନ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଲୋକଙ୍କ ସହାୟତା ପାଇଁ ପିଏମ୍ କେୟାର ଫଣ୍ଡ ତିଆରି ହୋଇଥିଲା। ବିଭିନ୍ନ ସମୟରେ ପିଏମ୍ କେୟାର ଫଣ୍ଡର ସ୍ୱଚ୍ଛତାକୁ ନେଇ ବିରୋଧୀ ସମେତ ସାମାଜିକ କର୍ମୀ ପ୍ରଶ୍ନ ଉଠାଇବା ପରେ ଏବେ ୧୦୦ ଜଣିଆ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ବାବଦରେ ଚିଠି ଲେଖି ଜଣାଇଛନ୍ତି। ଯେଉଁଥିରେ ସ୍ୱଚ୍ଛତା ଉପରେ ଉଠୁଥିବା ପ୍ରଶ୍ନ ଉଜାଗର କରିଛନ୍ତି ଏହି ପୂର୍ବତନ ପ୍ରଶାସିନକ ଅଧିକାରୀ।

ପୂର୍ବତନ ସରକାରୀ କର୍ମଚାରୀମାନେ ଏହି ଚିଠିରେ କହିଛନ୍ତି ଯେ ଜନସାଧାରଣଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଉତ୍ତରଦାୟୀ। ଏହି କାରଣରୁ ସମସ୍ତ ରସିଦ ଏବଂ ଖର୍ଚ୍ଚର ଆର୍ଥିକ ବିବରଣୀ ଉପଲବ୍ଧ କରାଇବା ଆବଶ୍ୟକ। ପିଏମ୍ କେୟାର ଫଣ୍ଡ ସହ ପ୍ରଧାନମନ୍ତ୍ରୀ ଜଡିତ। ତେଣୁ ସମସ୍ତ କାରବାରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରାଇବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ।

ପୂର୍ବତନ ପ୍ରଶାସନିକ ଅଧିକାରୀ ଅନୀତା ଅଗ୍ନିହୋତ୍ରୀ, ଏସପି ଆମ୍ୱ୍ରୋସେ, ଶରଦ ବେହର, ସଜ୍ଜଦ ହାସନ, ହର୍ଷ ମଣ୍ଡେର, ପି ଜୟ ଓମ୍ମେନ୍, ଅରୁଣା ରୟ ଏହଂ ପୂର୍ବତନ କୂଟନୀତିଜ୍ଞ ମଧୁ ଭଦୁରୀ, କିଏପ୍ ଫାବିଆନ୍, ଦେବ ମୁଖାର୍ଜୀ ଏବଂ ଅନ୍ୟ ଅଧିକାରୀ ଦସ୍ତଖତ କରିଥିବା ସୂଚନା ରହିଛି।

The post ପିଏମ୍ କେୟାର ଫଣ୍ଡ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲିଖିଲେ ପୂର୍ବତନ ପ୍ରଶାସନିକ ଅଧିକାରୀ appeared first on Odisha Reporter.



from Odisha Reporter https://ift.tt/39KQ2wg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages