୧୨ ଜାନୁଆରୀ, ମଙ୍ଗଳବାର: ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

୧୨ ଜାନୁଆରୀ, ମଙ୍ଗଳବାର: ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ

ମେଷ: ସାମାଜିକ କ୍ଷେତ୍ରରେ ସମ୍ମାନ ବଢ଼ିବ। କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତ ଅନୁସାରେ କର୍ମକ୍ଷେତ୍ରରେ ଆଗେଇବେ। ଦୂରେଇ ଯାଇଥିବା ମିତ୍ରମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ପ୍ରତିକାର– ଶିବ ମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ବୃଷ: ଗୁରୁଜନଙ୍କଠାରୁ ସାହାଯ୍ୟ ପାଇବେ। ଭଲ ରୋଜଗାର ହେଲେ ମଧ୍ୟ ସେହି ଅନୁସାରେ ବ୍ୟୟ ବଢ଼ିବ। ମନରେ ଅଶାନ୍ତି ଦେଖା ଦେଇପାରେ। ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ: ଶତ୍ରୁମାନେ ପଛଘୁଞ୍ଚା ଦେବା ଫଳରେ ଆପଣ ଫାଇଦା ଉଠାଇବେ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ବିଦେଶ ଯାତ୍ରା କରିବାକୁ ସୁଯୋଗ ମିଳିପାରେ। ପ୍ରତିକାର- ମାଆ, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ଶରୀର ସୁସ୍ଥ ରହିବ। ମାନସିକ ବିଷାଦ ଓ ଦାମ୍ପତ୍ୟ କଳହ ଦୂର ହୋଇଯିବ। ନୂତନ କାରବାରରେ ସଫଳତା ମିଳିବ। ଭାତ୍ରୁ ବିବାଦ, ଜମିବାଡ଼ି ଓ ଘର ନେଇ ରହିଥିବା ସମସ୍ୟାର ସମାଧାନ ହେବ। ପ୍ରତିକାର– ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ସିଂହ: ଶତ୍ରୁମାନେ ପରାଜିତ ହେବେ ଓ ମାନସିକ ଶାନ୍ତି ଦେଖାଦେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ପ୍ରତିକାର– ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା: ପୁରାତନ ରୋଗରୁ ଉପଶମ ମିଳିବ। ପରିବାର ଲୋକଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଆକସ୍ମିକ ଧନପ୍ରାପ୍ତି ହେବ। ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବ୍ୟବସାୟର ଯୋଜନା କରିବେ।

ତୁଳା: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପନ ହେବ। କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଅନେକ ସମସ୍ୟା ଦୂର ହେବ। ପରିବାରରେ ଶାନ୍ତି ବିରାଜମାନ କରିବ। ପ୍ରତିକାର– ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବିଛା: ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢ଼ିବ। ତେବେ ଆପଣ ଲାଭ ପାଇବେ। ପୂରାତନ ବନ୍ଧୁ ଓ ମିତ୍ରଙ୍କ ସହଯୋଗ ଅଧିକ ଲାଭଦାୟକ ହେବ। ପ୍ରତିକାର– ଭୋକିଲା ଲୋକଙ୍କୁ ନିରାଶ କରନ୍ତୁ ନାହିଁ।

ଧନୁ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଶରୀର ସୁସ୍ଥ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଦିନଟି ବେଶ୍ ଭଲ ରହିଛି।

ମକର: ସହକର୍ମୀଙ୍କଠାରୁ ଆଶାମୁତାବକ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ତେବେ ତାହା ଦୂରେଇଯିବ।

କୁମ୍ଭ: ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବା। ରୋଜଗାର ବଢ଼ିବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ବ୍ୟବସାୟ ପାଇଁ ଅତ୍ୟଧିକ ଦୌଡ଼ାଦୈଡ଼ି କରିବାକୁ ପଡ଼ିବ।

ମୀନ: ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ମିତ୍ର ଓ ସହଯୋଗୀଙ୍କଠାରୁ ସାହାଯ୍ୟ ପାଇବେ। ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ପ୍ରତିକାର– ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

The post ୧୨ ଜାନୁଆରୀ, ମଙ୍ଗଳବାର: ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ appeared first on Odisha Reporter.



from Odisha Reporter https://ift.tt/38ADcBz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages