ରାତିରେ ଘରୁ ବାହାରିଗଲେ ସ୍ୱାମୀସ୍ତ୍ରୀ, ସକାଳୁ ମିଳିଲା ମହିଳାଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

ରାତିରେ ଘରୁ ବାହାରିଗଲେ ସ୍ୱାମୀସ୍ତ୍ରୀ, ସକାଳୁ ମିଳିଲା ମହିଳାଙ୍କ ମୃତଦେହ

ଭଦ୍ରକ(ପାର୍ଥ ସାରଥୀ ନାୟକ) : ଗତରାତିରୁ ଘରୁ ସ୍ୱାମୀସ୍ତ୍ରୀ କେଉଁଆଡ଼େ ପଳାଇଥିବା ବେଳେ ଆଜି ଗାଁ ନିକଟ ରାସ୍ତାକଡ଼ରୁ ମିଳିଲା ମହିଳାଙ୍କ ମୃତଦେହ। ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କୁ ବିଭତ୍ସ ଭାବେ ଗଳା କାଟି ହତ୍ୟା କରାଯାଇଥିବା ଜଣାଯାଇଛି।  ଏହି ଘଟଣା ପରଠୁ ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳୁନି।  ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ଥାନା ନୂଆପୋଖରୀ ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ମୃତା ମହିଳା ହେଲେ ରାଧାରାଣୀ ମହାନ୍ତି।

ମୃତା ମହିଳାଙ୍କ ସ୍ୱାମୀ ନାରାୟଣ ମହାନ୍ତି ଏହି ଘଟଣା ପରେ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି। ମହିଳା ଜଣଙ୍କ ୬ ବର୍ଷ ପୂର୍ବେ ବାପ ଘର ଗାଁର ନାରାୟଣ ମହାନ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ୪ ବର୍ଷର ଗୋଟିଏ ଝିଅ ଅଛି।

ତେବେ କେଉଁ କାରଣରୁ ମହିଳାଙ୍କୁ ଏଭଳି ବିଭତ୍ସ ହତ୍ୟା କରାଯାଇଛି, ତାହା ଜଣା ପଡ଼ିନାହିଁ। ଏହି ଖବର ପାଇ ଭଣ୍ଡାରିପୋଖରୀ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣ ପାଇଁ ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଛି ତାହା ଜଣା ପଡି ନାହିଁ।

The post ରାତିରେ ଘରୁ ବାହାରିଗଲେ ସ୍ୱାମୀସ୍ତ୍ରୀ, ସକାଳୁ ମିଳିଲା ମହିଳାଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/3qad861

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages