ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୧୨ ଛେଳି   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୧୨ ଛେଳି  

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ତଥା ବାରକୋଟ ବନାଞ୍ଚଳର ଚକଡିହି(ନୂଆଁ ବାରକୋଟ) ଗ୍ରାମରେ ଖେଳିଯାଇଛି ଅଜଣା ଜନ୍ତୁ ଆତଙ୍କ। ଗତ ଶନିବାର ଅପରାହ୍ନରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୧୨ଟି ଛେଳିର ମୃତ୍ୟୁ ଘଟିବା ସହ ୩ଟି ଛେଳି ଗୁରୁତର ଆହତ ହୋଇଛନ୍ତି। ସେହିପରି ଉକ୍ତ ଗ୍ରାମର ୨୫ରୁ ଊର୍ଦ୍ଧ୍ୱ ଛେଳି ନିଖୋଜ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଚକଡିହି ଗ୍ରାମର ଛେଳିଚରାଳି ଜଙ୍ଗଲରୁ ଛେଳି ଚରାଇ ଫେରୁଥିଲେ। କୌଣସି କାରଣରୁ ବହୁ ଛେଳି ଇତସ୍ତତଃ ହୋଇ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଧାଇଁଯାଇଥିଲେ। ମାତ୍ର ଛେଳିମାନେ କାହିଁକି ଓ କେଉଁ ଆଡେ ଗଲେ ତାହା ଜାଣି ନ ପାରି ଛେଳି ଚରାଳିମାନେ ଫେରି ଆସିଥିଲେ।

ଗତକାଲି ସକାଳେ ପୁଣି ଥରେ ଜଙ୍ଗଲକୁ ଯାଇ ନିଖୋଜ ଛେଳି ଖୋଜିବାରୁ ସେଠାରେ ୧୨ଟି ଛେଳି ମରି ପଡିଥିବା ଦେଖିଥିଲେ। ଏହାବ୍ୟତୀତ ଅନ୍ୟ ୩ଟି ଛେଳି ଗୁରୁତର ଆହତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ୨୫ରୁ ଉର୍ଦ୍ଧ୍ୱ ଛେଳିଙ୍କର ସନ୍ଧାନ ମିଳିନାହିଁ।

ଏ ସମ୍ପର୍କରେ ସୂଚନା ପାଇ ରବିବାର ଅପରାହ୍ନରେ ବାରକୋଟ ବନାଂଚଳ ଅଧିକାରୀ ଜୟଶ୍ରୀ ମୁର୍ମୂ ଓ ଫରେଷ୍ଟର କୁବେର ପ୍ରଧାନ ସଦଳବଳେ ଚକଡିହୀ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ମାତ୍ର ଛେଳିମାନେ କେଉଁ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୃତାହତ ହୋଇଛନ୍ତି ତାହା ଜଣାପଡିପାରି ନାହିଁ।

ପ୍ରାଥମିକ ତଦନ୍ତରୁ ରାମଶିଆଳ ଆକ୍ରମଣରେ ଛେଳିମାନେ ମୃତାହତ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଆକ୍ରମଣକାରୀ ବନ୍ୟଜନ୍ତୁକୁ ଚିହ୍ନଟ କରିବା ନିମନ୍ତେ ବନବିଭାଗ ପକ୍ଷରୁ ନିକଟସ୍ଥ ଜଙ୍ଗଲରେ ୨ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି।

ସୂଚନା ପାଇ ବାରକୋଟ ଭିଏସ୍ ଶଶୀଭୂଷଣ ଦାସ ଘଟଣାସ୍ଥଳକୁ ଯାଇ ଆହତ ଛେଳିମାନଙ୍କର ଚିକିତ୍ସା କରିବା ସହ ମୃତ ଛେଳିମାନଙ୍କର ମୃତଦେହ ବ୍ୟବଚ୍ଛେଦ କରି ଫେରିଥିବା ଜଣାପଡିଛି।

The post ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୧୨ ଛେଳି   appeared first on Odisha Reporter.



from Odisha Reporter https://ift.tt/351CFGD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages