ମୁମ୍ୱାଇ: ଡ୍ରଗ୍ସ ମାମଲାରେ ଆଉ ଜଣେ ଟଲିଉଡ ଅଭିନେତ୍ରୀ ଗିରଫ। ଏହି ଅଭିନେତ୍ରୀଙ୍କ ବୟସ ୨୦ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଅଭିନେତ୍ରୀଙ୍କ ନିକଟରୁ କିଛି ପରିମାଣର ଏମଡି ଡ୍ରଗ୍ସ ଜବତ କରିଛି ଏନସିବି। ଏନସିବି ରବିବାର ରାତିରେ ବାନ୍ଦ୍ରା ୱେଷ୍ଟର ଏସଭି ରୋଡରେ ଚାନ୍ଦ ମହମ୍ମଦ ଶେଖ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ଏହାପରେ ତାଙ୍କ ସ୍କୁଟିରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ୪୦୦ ଗ୍ରାମ ଏମଡି ଡ୍ରଗ୍ସ ଉଦ୍ଧାର କରିଥିଲା।
ଏହାପରେ ଚାନ୍ଦ ଏନସିବିକୁ ଆଉ ଜଣେ ଡ୍ରଗ୍ସ ସପ୍ଲାଏର ସୟଦ ମିରା ବାବଦରେ କହିଥିଲେ। ଯିଏକି କ୍ରାଉନ୍ ବିଜନେସ୍ ହୋଟେଲରେ ଲୁଚି ରହି ଏହି ବେପାର କରନ୍ତି। ଏନସିବି ଏହାପରେ ସଂପୃକ୍ତ ହୋଟେଲ ଉପରେ ଚଢ଼ାଉ କରିଥିଲା। କିନ୍ତୁ ସେତେବେଳକୁ ସୟଦ ପଳାଇ ଯାଇଥିଲା। ହେଲେ ରେଡ୍ କରିବା ବେଳେ ଟଲିଉଡ ଅଭିନେତ୍ରୀ ଜଣଙ୍କ ଧରାପଡ଼ିଯାଇଥିଲେ। ତାଙ୍କ ପାଖରୁ କିଛି ପରିମାଣରେ ଏମଡି ଡ୍ରଗ୍ସ ଜବତ ହୋଇଥିଲା।
The post ଡ୍ରଗ୍ସ ସହିତ ହୋଟେଲରୁ ଉଦ୍ଧାର ହେଲେ ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/38Sa5Zm
No comments:
Post a Comment