ଲଣ୍ଡନ: ଥମୁନି କରୋନାର କୋପ। ଦିନକୁ ଦିନ ଆହୁରି ଉଗ୍ର ହେଉଛି ଏହି କିଲର ଭାଇରାସ। ଟିକା ଆସିବା ସତ୍ତ୍ୱେ କରୋନାର ନୂଆ ଷ୍ଟ୍ରେନ ତା’ର ପ୍ରଭାବ କମାଉ ନାହିଁ। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୫ ହଜାର ୩୦୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଦିନକରେ କରୋନାରେ ୧,୭୨୫ ଜଣଙ୍କ ମୃତ୍ୟୁ ହୋଇଛି।
ବ୍ରିଟେନରେ ମୋଟ କରୋନା ସଂଖ୍ୟା ୩୭ ଲକ୍ଷ ୧୫ ହଜାର ୫୪ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧ ହଜାର ୮୮୭ କୁ ବୃଦ୍ଧି ପାଇଛି। ବ୍ରିଟେନ ସରକାର କରୋନାକୁ ରୋକିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି। କରୋନାର ନୂଆ ଷ୍ଟ୍ରେନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ଆସନ୍ତା ୧୭ଜୁଲାଇ ଯାଏଁ ବ୍ରିଟେନରେ ଲକଡାଉନ୍ ଘୋଷଣା କରାଯାଇଛି। ଜୁଲାଇ ମାସ ସୁଦ୍ଧା ଦେଶର ସମସ୍ତ ପବ୍, ରେଷ୍ଟୁରାଣ୍ଟ, ଦୋକାନ ଏବଂ ସର୍ବସାଧାରଣ ସ୍ଥାନ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।
ସୂଚନାଯୋଗ୍ୟ ଯେ, ଆମେରିକାରେ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ତଥ୍ୟ ଅନୁଯାୟୀ, ଆମେରିକାରେ କରୋନା ମାମଲା ପ୍ରାୟ ୨ କୋଟି ୬୧ଲକ୍ଷ ୬୩ହଜାର ୬୪୪ରେ ପହଞ୍ଚି ଯାଇଛି। ଏହି ତଥ୍ୟ ବାସ୍ତବରେ ଆମେରିକା ପାଇଁ ଚିନ୍ତାଜନକ। ସେହିପରି ସମଗ୍ର ଦେଶରେ ଏହି ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪ଲକ୍ଷ ୩୯ ହଜାର ୪୮୭କୁ ବୃଦ୍ଧି ପାଇଛି।
The post ଦିନକରେ ୨୫ ହଜାର ସଂକ୍ରମିତ, ଦେଢ଼ ହଜାରରୁ ଅଧିକ ମୃତ appeared first on Odisha Reporter.
from Odisha Reporter https://ift.tt/3oqzezS
No comments:
Post a Comment