ବୌଦ୍ଧ(ଭାର୍ଜନ ପ୍ରଧାନ): ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ‘ସାଇରାମ’ ନାମକ ବସ୍ ଆଜି ଭୋରରୁ ଦୁର୍ଘଟଣାର ଶିକାର ହୋଇଛି। ଏକ ହାଇୱା ସହ ବସ୍ର ମୁହାଁମୁହିଁ ଧକ୍କା ହେବାରୁ ବସ୍ର ୪ ଯାତ୍ରୀ ଆହତ ହୋଇଛନ୍ତି। ସୌଭାଗ୍ୟବଶଃତ ଏହି ଦୁର୍ଘଟଣାରେ ବସ୍ରେ ଥିବା ପ୍ରାୟ ୪୦ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ସୂଚନା ଅନୁସାରେ, ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ‘ସାଇରାମ’ ନାମକ ଯାତ୍ରୀବାହୀ ବସ୍ ପ୍ରାୟ ୪୪ ଯାତ୍ରୀଙ୍କୁ ଧରି ଗତ ରାତିରେ ବାହାରିଥିଲା। ବସ୍ଟି ଆଜି ଭୋରରୁ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ଚାରିଛକ ଅତିକ୍ରମ କରୁଥିଲା। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ସମ୍ମୁଖ ପଟୁ ବସ୍କୁ ପିଟିଥିଲା। ଫଳରେ ବସ୍ର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୪ ଯାତ୍ରୀ ଆହତ ହୋଇଛନ୍ତି। ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।
ତେବେ ବସ୍ରେ ଥିବା ଅନ୍ୟ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଅନ୍ୟପଟେ ହାଇୱା ଡ୍ରାଇଭର ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ପୁରୁଣାକଟକ ପୁଲିସ୍ ଦୁର୍ଘଟଣାର ତଦନ୍ତ କରୁଛି ।
The post ‘ସାଇରାମ’ ବସ୍କୁ ପିଟିଲା ହାଇୱା appeared first on Odisha Reporter.
from Odisha Reporter https://ift.tt/3sZXAnM
No comments:
Post a Comment