ଝିଅ ଘରକୁ ବୁଲି ଆସିଥିଲେ ବୃଦ୍ଧ, କଚାଡ଼ି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 25, 2021

ଝିଅ ଘରକୁ ବୁଲି ଆସିଥିଲେ ବୃଦ୍ଧ, କଚାଡ଼ି ଦେଲା ହାତୀ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଝିଅ ଘରକୁ ବୁଲି ଆସିଥିବା ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ। ଢେଙ୍କାନାଳ ଜିଲ୍ଲାର କପିଳାସ ରେଞ୍ଜ ଅନ୍ତର୍ଗତ ଦାମୋଦରନାଳୀ ଗାଁରେ ଘଟିଛି ଏପରି ଅଘଟଣ । ମୃତକ ହେଲେ ଲଛମନ ମହାନ୍ତି।

ଲଛମନଙ୍କ ନିଜ ଘର ବଣସିଂହ ଅଞ୍ଚଳରେ। କିଛି ଦିନ ହେବ ସେ ଝିଅ ଘରକୁ ବୁଲି ଆସିଥିଲେ। ଗତ ରାତିରେ ସେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ହଠାତ ହାତୀ ହାବୁଡରେ ପଡିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି।

ଗତ ୨୦ ତାରିଖରେ ନିକଟସ୍ଥ ଗହମଖୁଣ୍ଟି ଅଞ୍ଚଳରେ ହାତୀ ଆକ୍ରମଣରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା ।

The post ଝିଅ ଘରକୁ ବୁଲି ଆସିଥିଲେ ବୃଦ୍ଧ, କଚାଡ଼ି ଦେଲା ହାତୀ appeared first on Odisha Reporter.



from Odisha Reporter https://ift.tt/36fE4d4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages