ଟ୍ରାକ୍ଟର ରାଲି, ବାରିକେଡ ଭାଙ୍ଗିଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 25, 2021

ଟ୍ରାକ୍ଟର ରାଲି, ବାରିକେଡ ଭାଙ୍ଗିଲେ ଚାଷୀ

ନୂଆଦିଲ୍ଲୀ: ବାରିକେଡ ଭାଙ୍ଗିଲେ ଚାଷୀ। ସିଙ୍ଘୁ ସୀମାରେ ପୁଲିସ ପକ୍ଷରୁ ଲଗାଯାଇଥିବା ବାରିକେଡକୁ ଚାଷୀମାନେ ଭାଙ୍ଗି ଦେଇଛନ୍ତି। ଗଣତନ୍ତ୍ର ଦିବସ ଉପଲକ୍ଷେ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଟ୍ରାକ୍ଟର ରାଲି କରିବେ। ତେବେ ଏହା ପୂର୍ବରୁ କୃକଷମାନେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ଭିତରେ ଦାଖଲ ହେବା ପାଇଁ ଚାଷୀମାନେ ଚେଷ୍ଟା କରୁଥିବା ବେଳେ ସିଙ୍ଘୁ ଓ ଟିକ୍ରି ସୀମାରେ ପୋଲିସ ଲଗାଇଥିବା ବାରିକେଡ୍‌କୁ ଭାଙ୍ଗି ଦେଇଛନ୍ତି।

ସେପଟେ ଟ୍ରାକ୍ଟର ରାଲିକୁ ଦେଖି ଗାଜିଆବାଦ ପୁଲିସ ଟ୍ରାଫିକ ଆଡଭାଇଜରୀ ଜାରି କରିଛି।  ଦିଲ୍ଲୀ, ଆନନ୍ଦ ବିବହାର ମାହାରାଜପୁର ସୀମାପୁରୀ, ସୂର୍ଯ୍ୟ ନଗର ଆଦି ସମସ୍ତ ଲିଙ୍କ ରୋଡକୁ ବନ୍ଦ କରାଯାଇଛି। ପୁରା ସୀମା ସିଲ କରାଯାଇଛି। ଯେଉଁମାନେ ଦିଲ୍ଲୀ ଯିବେ ସେମାନେ ସେକ୍ଟର-୬୨ ଦେଇ ପ୍ରଥମେ ନଏଡା ବା ଭୋପୁରା ହୋଇ ଦିଲ୍ଲୀରେ ପ୍ରବେଶ କରିବେ। ଦିଲ୍ଲୀ ଯିବାକୁ ଥିବା ଅନ୍ୟ ସମସ୍ତ ରୁଟକୁ ବନ୍ଦ କରି ଦିଆଯାଇଛି।


ଗଣଶତନ୍ତ୍ର ଦିବସରେ କୃଷକଙ୍କୁ ଟ୍ରାକ୍ଟର ରାଲି ପାଇଁ ୩୭ଟି ସର୍ତ୍ତ ସହ ଦିଲ୍ଲୀ ପୁଲିସ ଅନୁମତି ଦେଇଛି । ରାଲିରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଏବଂ ଅସ୍ତ୍ରଶସ୍ତ୍ରକୁ ନିଷେଧ କରାଯାଇଛି । ଏପରିକି ଦିନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ମିଳିଛି । ଏସବୁ ମଧ୍ୟରେ ରାଲିକୁ ନେଇ ସମସ୍ତ ଦ୍ୱନ୍ଦ୍ୱ ଦୂର ହୋଇନାହିଁ । ଦିଲ୍ଲୀ ପୁଲିସ ଦେଇଥିବା ରୁଟ୍‌ ଏବଂ ଚାଷୀମାନେ ଦାବି କରୁଥିବା ରୁଟ୍‌ ମେଳ ଖାଉନାହିଁ ।


ସିଙ୍ଘୁ, ଟିକରୀ ଏବଂ ଗାଜିପୁର ସୀମା ଯୋଗେ ଚାଷୀମାନେ ଦିଲ୍ଲୀ ମଧ୍ୟରେ ପ୍ରବେଶ କରି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିପାରିବେ ବୋଲି କୁହାଯାଇଥିଲା । କିନ୍ତୁ ଦିଲ୍ଲୀ ପୁଲିସର ଏହି ରୁଟ୍‌କୁ ଚାଷୀମାନେ ଗ୍ରହଣ କରୁନାହାଁନ୍ତି । ପୂର୍ବ ଯୋଜନା ମୁତାବକ ସେମାନେ ରିଙ୍ଗ ରୋଡ୍‌ରେ ଟ୍ରାକ୍ଟର ରାଲି କରିବା ନେଇ ଜିଦ୍‌ରେ ଅଟଳ ଅଛନ୍ତି । ଦିଲ୍ଲୀ ପୁଲିସ ଦେଇଥିବା ରୁଟ୍‌ର ଅଧିକାଂଶ ସ୍ଥାନ ହରିଆଣାରେ ଆସୁଥିବା ଚାଷୀନେତା ଅଭିଯୋଗ କରିଛନ୍ତି । ଏପରିକି ଦିଲ୍ଲୀ ପୁଲିସ ସେମାନଙ୍କୁ ଧୋକା ଦେଇଛି ବୋଲି ସେ କହିଛନ୍ତି ।

ଏସବୁ ଭିତରେ ଟ୍ରାକ୍ଟର ରାଲି ସମୟରେ ହିଂସା ସୃଷ୍ଟି ହେବା ନେଇ ଦିଲ୍ଲୀ ପୁଲିସ କରିଥିବା ଆଶଙ୍କା ଅଧିକ ଘନିଭୂତ ହେବାରେ ଲାଗିଛି । ପାଖାପାଖି ୨ ଲକ୍ଷ ଟ୍ରାକ୍ଟର ଶୋଭାଯାତ୍ରାରେ ସାମିଲ ହେବେ ବୋଲି କୃଷକ ସଙ୍ଗଠନ କହିଛି । ପଞ୍ଜାବ, ହରିଆଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଆଦି ରାଜ୍ୟର ଚାଷୀମାନେ ‌ରାଲିରେ ସାମିଲ ହେବେ ବୋଲି  ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୁଲିସ ସମେତ ସିଆର୍‌ପିଏଫ୍‌ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।

କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନକୁ କୃଷକମାନେ ବିରୋଧ କରୁଛନ୍ତି । ଦୀର୍ଘ ୨ମାସରୁ ଅଧିକ ଦିନ ହେବ ଦିଲ୍ଲୀ ସୀମାରେ ଏକତ୍ର ହୋଇ କୃଷକମାନେ ଆନ୍ଦୋଳନ କରୁଛନ୍ତି ।

The post ଟ୍ରାକ୍ଟର ରାଲି, ବାରିକେଡ ଭାଙ୍ଗିଲେ ଚାଷୀ appeared first on Odisha Reporter.



from Odisha Reporter https://ift.tt/3iKFZvk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages