ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ହରିପୁର ନୂଆସାହିରେ ମୋବାଇଲ୍ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଦୁଇ ଶିଶୁ ହେଲେ ରାଜା ଓ ଶୁଭମ । ଦୁହିଁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଉଭୟଙ୍କୁ ପ୍ରଥମେ ଧରାକୋଟ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାଜାର ଅବସ୍ଥା ଗୁରୁତର ହେବାର ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଶୁଭମ ଧରକୋଟରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
ଷଷ୍ଠ ଶ୍ରେଣୀରେ ପଢୁଥିବା ରାଜା ଓ ଶୁଭମ ଗତକାଲି ଟ୍ୟୁସନରୁ ଘରକୁ ଫେରିବାବେଳେ ରାସ୍ତାରୁ ଗୋଟିଏ ମୋବାଇଲ୍ ବ୍ୟାଟେରି ପାଇଥିଲେ । ସେହି ବ୍ୟାଟେରିରେ ତାର ସଂଯୋଗ କରି ଖେଳୁଥିବାବେଳେ ବ୍ୟାଟେରିଟି ବିସ୍ଫୋରଣ ହୋଇଥିଲା
The post ମୋବାଇଲ୍ ବ୍ୟାଟେରିରେ ଖେଳୁଥିଲେ ୨ ଶିଶୁ, ହେଲା ବିସ୍ଫୋରଣ appeared first on Odisha Reporter.
from Odisha Reporter https://ift.tt/39tHj2G
No comments:
Post a Comment