ଏତଲା ଦେଇ ଫେରିବା ପରେ ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 28, 2021

ଏତଲା ଦେଇ ଫେରିବା ପରେ ମାରିଦେଲେ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଥାନାରେ ଏତଲା ଦେଇ ଫେରିବା ପରେ ଜଣେ ବ୍ୟକ୍ତି ଗାଁରେ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ। ଆଉ ଏଥିରେ ତାଙ୍କର ମୃତ୍ୟୁ ହୋଇଗଲା। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଧୁପଲ୍ଲୀ ପଞ୍ଜାୟତର ହୀରାପଲ୍ଲା ଗାଁରେ।

ମୃତ ବ୍ୟକ୍ତିଙ୍କ ନାଁ ପ୍ରଭାକର ଗୌଡ଼। ପ୍ରଭାକରଙ୍କ ପୁଅଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଜମିରେ ଗାଁ ଲୋକେ ଜୋରଜବରଦସ୍ତି ପୂର୍ଣ୍ଣାଦି ପକାଇଥିଲେ। ପ୍ରଭାକର ଏହାକୁ ବିରୋଧ କରିଥିଲେ। ସେଥିପାଇଁ ଗାଁର ସାତ ଆଠ ଜଣ ଯୁବକ ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିବାକୁ ଆସିଥିଲେ। ଏଣୁ ବାଧ୍ୟ ହୋଇ ସେ ଥାନାକୁ ଯାଇ ସେମାନଙ୍କ ନାଁରେ ଏତଲା ଦେଇଥିଲେ।

ପ୍ରଭାକର ଏତଲା ଦେଇ ଫେରିବା ପରେ କିଛି ଗ୍ରାମବାସୀ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏମିତିକି ଗୁରୁତର ପ୍ରଭାକରଙ୍କୁ ଡାକ୍ତରଖାନା ନେବାକୁ ଆସିଥିବା ଆମ୍ବୁଲାନ୍ସକୁ ମଧ୍ୟ ଆକ୍ରମଣକାରୀମାନେ ଗାଁରେ ପୂରାଇ ଦେଇ ନଥିଲେ ବୋଲି ଅଭିଯୋଗ ହୋଇଛି। ଏହା ପରେ ପରିବାର ଲୋକେ ଅଟୋରେ ତାଙ୍କୁ ପୋଲସରା ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

The post ଏତଲା ଦେଇ ଫେରିବା ପରେ ମାରିଦେଲେ appeared first on Odisha Reporter.



from Odisha Reporter https://ift.tt/3iQGxQs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages