ଅନୁଗୁଳ(ବିରଜା ପ୍ରସାଦ ଦାଶ): ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ। ପୁଲିସ ଓ ପ୍ରଶାସନ ଠାରୁ ନ୍ୟାୟ ନପାଇ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ଜଣେ ବିଧବା ମହିଳା ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି। ଖବର ପାଇ ପୁଲିସ ତାଙ୍କୁ କାବୁ କରି ନେଇଛି। ଉକ୍ତ ମହିଳା ଜଣକ ବ୍ରିକମପୁର ଥାନା ଅଞ୍ଚଳ ଗୋବରା ଗାଁର ବୋଲି ଜଣାପଡିଛି।
ସୂଚନା ମୁତାବକ, ଜମି ବାଡ଼ି ଭାଗବଣ୍ଟାକୁ ନେଇ ମହିଳାଙ୍କ ଦେଢଶୂର ତାଙ୍କୁ ହଇରାଣ କରୁଥିବା ନେଇ ସେ ପୋଲିସ ଓ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ୧୪ ବର୍ଷ ତଳେ ସ୍ୱାମୀଙ୍କୁ ହରାଇ ଥିବା ମହିଳା ତାଙ୍କ ରୋଗାକ୍ରାନ୍ତ ପୁଅକୁ ଧରି ଦୁଃଖ କଷ୍ଟରେ ଚଳି ଆସୁଛନ୍ତି । ଏହାସତ୍ତ୍ୱେ ତାଙ୍କୁ ହଇରାଣ କରାଯିବା ଏବଂ ପୋଲିସ ସହାୟତା ନକରିବା ପ୍ରତିବାଦରେ ଆଜି ସେ ଏଭଳି ଚରମ ନିଷ୍ପତ୍ତି ନେବାକୁ ଉଦ୍ୟମ କରିଥିବା କହିଛନ୍ତି।
The post ‘ମୋତେ ଛାଡିଦିଅ ମୁଁ ଆତ୍ମାହୁତି ଦେବି’ appeared first on Odisha Reporter.
from Odisha Reporter https://ift.tt/39jfhXP
No comments:
Post a Comment