ବିମାନ ଦୁର୍ଘଟଣାରେ ବ୍ରାଜିଲର ୪ ଫୁଟବଲର ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 24, 2021

ବିମାନ ଦୁର୍ଘଟଣାରେ ବ୍ରାଜିଲର ୪ ଫୁଟବଲର ମୃତ

ରିଓ ଡି ଜେନେରୋ: ବ୍ରାଜିଲରେ ଘଟିଛି ବଡ଼ ଅଘଟଣ। ବ୍ରାଜିଲର ଏକ ଫୁଟବଲ କ୍ଲବର ୪ ଜଣ ଖେଳାଳି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କ୍ଲବର ଚାରିଜଣ ଖେଳାଳି କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ ଅଲଗା ନିଆଯାଉଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଯେଉଁ ବିମାନରେ ଏହି ଚାରି ଫୁଟବଲର ଯାଉଥିଲେ, ସେହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ଲବର ଅଧ୍ୟକ୍ଷ ମଧ୍ୟ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ଯେହେତୁ ଏହି ଖେଳାଳିମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ, ତେଣୁ ସେମାନଙ୍କୁ ପ୍ରାଇଭେଟ୍ ବିମାନରେ ନିଆଯାଉଥିବା କହିଛନ୍ତି କ୍ଲବର ମୁଖପାତ୍ର ଇଜାବେଲା ମାର୍ଟିନ୍ସ। ସେ କହିଛନ୍ତି, ରବିବାର ଏହି ଖେଳାଳିମାନଙ୍କର ଆଇସୋଲେସନର ଶେଷ ଦିନ ହୋଇଥାନ୍ତା କିନ୍ତୁ ଏହା ପୂର୍ବରୁ ଏଭଳି ଅଘଟଣ ଘଟିବ ବୋଲି ଆମେ କେବେ ଭାବିନଥିଲୁ।

ଯେଉଁମାନେ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି, ସେମାନେ ହେଲେ କ୍ଲବ୍ ସଭାପତି ଲୁକାସ ମେଇରା, ଲୁକାସ ପ୍ରାକ୍ସଡେସ୍, ଗୁଇଲେର୍ମେ ନୋଇ, ରାନୁଲେ ଓ ମାର୍କସ୍ ମୋଲିନାରୀ। ତେବେ ପାଇଲଟଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏହି ଦୁର୍ଘଟଣାରେ କେହିବି ବଞ୍ଚିନଥିବା ଜଣାପଡ଼ିଛି।

The post ବିମାନ ଦୁର୍ଘଟଣାରେ ବ୍ରାଜିଲର ୪ ଫୁଟବଲର ମୃତ appeared first on Odisha Reporter.



from Odisha Reporter https://ift.tt/3ocDTp7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages