ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଘଟିଛି ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୭ ପର୍ଯ୍ୟଟକ। ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆମାନେ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ତାଙ୍କ ନାଁ ଦୀପକ କୁମାର। ସେ ଝାଡ଼ଖଣ୍ଡର ବୋକାରୋ ଅଞ୍ଚଳର। ତାଙ୍କୁ ଖୋଜିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ଅନ୍ୟ ସମସ୍ତ ପର୍ଯ୍ୟଟକ ମଧ୍ୟ ବୋକାରୋ ଅଞ୍ଚଳର ବୋଲି ସୂଚନା ମିଳିଛି।
ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।
The post ପୁରୀରେ ଭାସିଗଲେ ୭ ପର୍ଯ୍ୟଟକ, ଜଣଙ୍କ ପତ୍ତା ମିଳୁନି appeared first on Odisha Reporter.
from Odisha Reporter https://ift.tt/2Me4Sno
No comments:
Post a Comment