କେମିତି ରହିବ ଚଳିତ ବଜେଟ, ସଙ୍କେତ ଦେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 29, 2021

କେମିତି ରହିବ ଚଳିତ ବଜେଟ, ସଙ୍କେତ ଦେଲେ ମୋଦି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରୁ ସାମ୍ବାଦିକମାନଙ୍କୁ ଚଳିତବର୍ଷ ବଜେଟ କେମିତି ରହିବ, ତା’ର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ୨୦୨୦ରେ ଅର୍ଥମନ୍ତ୍ରୀ ଯେଉଁଭଳି ୩ରୁ ୪ଟି ମିନି ବଜେଟ ଉପସ୍ଥାପନ କରିଥିଲେ, ଆସନ୍ତା ବଜେଟ ତା’ର ଏକ ଅଂଶ ବିଶେଷ ହେବ। ଆମେ ଚଳିତ ବଜେଟକୁ ଉକ୍ତ ମିନି ବଜେଟର ଅଂଶ ଭାବେ ଦେଖିବା।

ଚଳିତ ଦଶନ୍ଧିର ଏହା ହେଉଛି ପ୍ରଥମ ଅଧିବେଶନ। ଭାରତର ଉଜ୍ଜଳ ଭବିଷ୍ୟତ ପାଇଁ ଏହି ଦଶନ୍ଧି ବେଶ ଗୁରୁତ୍ୱପୂର୍ଣ୍ଣ। ଆମ ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ଆମ ପାଖରେ ଏବେ ସବୁର୍ଣ୍ଣ ସୁଯୋଗ ରହିଛି। କୋଟି କୋଟି ଭାରତୀୟ ଆମକୁ ଯେଉଁ ବିଶ୍ୱାସ ରଖି ସଂସଦକୁ ପଠାଇଛନ୍ତି, ଆମେ ଏହାର ଭରପୂର ଉପଯୋଗ କରି ଲୋକତନ୍ତ୍ରକୁ ଆହୁରି ସଶକ୍ତ କରିବା।

ଭାରତର ଇତିହାସରେ ସମ୍ଭବତଃ ପ୍ରଥମଥର ୨୦୨୦ରେ ଅର୍ଥମନ୍ତ୍ରୀ ଗୋଟିଏ ନୁହେଁ, ବରଂ ୩ରୁ ୪ଟି ପ୍ୟାକେଜ ଘୋଷଣା କରି ମିନି ବଜେଟ ଉପସ୍ଥାପନ କରିଛନ୍ତି। ତେଣୁ ଚଳିତ ବର୍ଷ ବଜେଟ ମଧ୍ୟ ସେହି ମିନି ବଜେଟର ଏକ ଅଂଶ ଭାବେ ଉପସ୍ଥାପନ କରାଯିବ ବୋଲି ମୋର ବିଶ୍ୱାସ ରହିଛି। ଏଥିସହ ଶ୍ରୀ ମୋଦି ସଂସଦର ସମସ୍ତ ସଦସ୍ୟଙ୍କୁ ମିଳିତ ଭାବେ କାମ କରିବାକୁ ଆହ୍ୱାନ କରିଛନ୍ତି।

ଆଜି ସଂସଦର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧନ କରିଥିଲେ। ତେବେ ରାଷ୍ଟ୍ରପତିଙ୍କ ଏହି ଉଦବୋଧନକୁ ୧୮ଟି ବିରୋଧ ଦଳ ବୟକଟ କରିଛନ୍ତି। କୃଷି ଆଇନକୁ ବିରୋଧ ଓ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେମାନେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

The post କେମିତି ରହିବ ଚଳିତ ବଜେଟ, ସଙ୍କେତ ଦେଲେ ମୋଦି appeared first on Odisha Reporter.



from Odisha Reporter https://ift.tt/3r5OtQv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages