ପଥର କ୍ୱାରୀରେ ବିସ୍ଫୋରଣ, ୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 21, 2021

ପଥର କ୍ୱାରୀରେ ବିସ୍ଫୋରଣ, ୮ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଶିବମୋଗ୍ଗା ଜିଲ୍ଲାର ହୁନାସୋନ୍ଦି ନିକଟସ୍ଥ ଅବ୍ବଲାଗେରେ ଗାଁରେ ଗତକାଲି ରାତିରେ ଏକ ପଥର କ୍ୱାରୀରେ ବିସ୍ଫୋରଣ ଘଟି ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଲୋକ ମଧ୍ୟରେ ଏଥିରେ ପ୍ରାଣ ହରାଇଥିବା କୁହାଯାଉଛି। ତେବେ ଏହା ନେଇ କିଛି ସ୍ପଷ୍ଟ ହୋଇନାହିଁ। କାରଣ ଏବେବି ଘଟଣାସ୍ଥଳକୁ ସଫା କରାଯାଇନାହିଁ। ଘଟଣାସ୍ଥଳରେ ଏବେବି କିଛି ଜୀବନ୍ତ ଡାଇନାମାଇଟ୍ ଷ୍ଟିକ୍ ପଡ଼ି ରହିଥିବା ପୁଲିସ୍ ଆଶଙ୍କା କରୁଛି। ତେଣୁ ଘଟଣାସ୍ଥଳକୁ ପୁଲିସ୍ ସିଲ୍ କରି ରଖିବା ସହିତ ବୋମା ନିଷ୍କ୍ରୀୟକାରୀ ଦଳକୁ ଡକାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଏହି ପଥର କ୍ୱାରୀକୁ ଏକ ଟ୍ରକ୍‌ରେ ଡାଇନାମାଇଟ୍‌ ଆସିଥିଲା। ଡାଇନାମାଇଟ୍ ଗୁଡ଼ିକୁ ଟ୍ରକ୍‌ରୁ ବାହାର କରାଯାଉଥିବା ବେଳେ ବିସ୍ପୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରକ୍‌ଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏହା ନିକଟସ୍ଥ ଚିକ୍କାମାଗାଲୁରୁ ଜିଲ୍ଲା ପର୍ଯ୍ୟନ୍ତ ମଧ୍ୟ ଶୁଣା ଯାଇଥିଲା। କେହି କେହି ପ୍ରଚଣ୍ଡ ଶବ୍ଦ ଶୁଣି ଡରି ଯାଇଥିଲେ। ଆଉ କେହି କେହି ଭୂକମ୍ପ ହେଲା ବୋଲି ଭାବିଥିଲେ। ସେହିପରି ଏହି ପଥର କ୍ୱାରୀ ଥିବା ଗାଁର ଅନେକ ଲୋକଙ୍କ ଝରକା,କବାଟ ମଧ୍ୟ ଭାଙ୍ଗି ଯାଇଛି। ସେମାନେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ଅନେକ ଲୋକ ଘର କ୍ଷୟକ୍ଷତି ହେବାର ଫଟୋ ଟ୍ୱିଟ୍ ମଧ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

The post ପଥର କ୍ୱାରୀରେ ବିସ୍ଫୋରଣ, ୮ ମୃତ appeared first on Odisha Reporter.



from Odisha Reporter https://ift.tt/3pjOK1K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages